ଅଢେଇ ଘଣ୍ଟା ଚାଲିଲାନି ବିଧାନସଭାର ଶୀତ ଅଧିବେଶନ

ଅଢେଇ ଘଣ୍ଟା ଚାଲିଲାନି ବିଧାନସଭାର ଶୀତ ଅଧିବେଶନ

ଅଢେଇ ଘଣ୍ଟା ଚାଲିଲାନି ବିଧାନସଭାର ଶୀତ ଅଧିବେଶନ
ଭୁବନେଶ୍ୱର: ଧାର୍ୟ୍ୟ ତାରିଖ ପୂର୍ବରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ । ମମିତା ଝଡ଼ରେ ଧୋଇଗଲା ଶୀତକାଳୀନ ଅଧିବେଶନ । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ୟ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି । ହାଉସର କୌଣସି ବିଜନେସ୍ ନଥିବାରୁ ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ୯ ଦିନର ଅଧିବେଶନ ଚାଲିଲା। ବାସ୍ତବରେ ଚାଲିଛି ମାତ୍ର ୨ ଘଣ୍ଟା ୨୫ ମିନିଟ ୨ ଘଣ୍ଟା। ମମିତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା କଲେ ବିରୋଧୀ । ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନଥିବା ବେଳେ ଗୋଟିଏ ବି ମୁଲତବି ପ୍ରସ୍ତାଵ ଆଲୋଚନା ହୋଇ ପାରିନାହିଁ । ପ୍ରବଳ ହଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ସରକାର । ଶୁକ୍ରବାର ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍ । ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି