ଅଧାଘଂଟା ପାଇଁ ବିଦ୍ୟୁତ୍ ବ୍ୟବହାର ବନ୍ଦ ରଖିବାକୁ କଂଗ୍ରେସର ଆହ୍ୱାନ

ଅଧାଘଂଟା ପାଇଁ ବିଦ୍ୟୁତ୍ ବ୍ୟବହାର ବନ୍ଦ ରଖିବାକୁ କଂଗ୍ରେସର ଆହ୍ୱାନ

ଅଧାଘଂଟା ପାଇଁ ବିଦ୍ୟୁତ୍ ବ୍ୟବହାର ବନ୍ଦ ରଖିବାକୁ କଂଗ୍ରେସର ଆହ୍ୱାନ
ଭୁବନେଶ୍ୱର: ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଆସନ୍ତାକାଲି ସମସ୍ତ ବିଦ୍ୟୁତ୍ ସାମଗ୍ରୀ ସୁଇଜ ଅଫ୍ କରିବାକୁ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । କାଲି ସଂଧ୍ୟା ୬ଟାରୁ ୭ଟା ଯାଏଁ ବନ୍ଦ ରଖିବାକୁ ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ନିରଂଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଛି । ଗତ ୭ମାସ ଭିତରେ ୫୦ ପଇସା ବିଦ୍ୟୁତ ଦର ବୃଦ୍ଧି ପାଇଛି । ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ପାଇଁ ୟୁନିଟ ପିଛା ୩ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଆମକୁ ଦେବାକୁ ପଡ଼ୁଛି ୬ଟଙ୍କା । ଏହାକୁ ବିରୋଧ କରି ସମସ୍ତ ବ୍ଲକ ଓ ସଦରରେ ଧାରଣାରେ କଂଗ୍ରେସ ବସିବ ଶ୍ରୀ ପଟ୍ଟନାୟକ ବୋଲି କହିଛନ୍ତି । ଏଥିସହ ଆସନ୍ତାକାଲି ସମସ୍ତ ବିଦ୍ୟୁତ୍ ସାମଗ୍ରୀ ସୁଇଜ ଅଫ୍ କରିବାକୁ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ପ୍ରକାଶ ଯେ, କରୋନା ସମୟରେ ବଢିଛି ବିଦୁ୍ୟତ ଦର । ରାଜ୍ୟରେ ବିଦୁ୍ୟତ ଦର ବୃଦ୍ଧିକୁ ଓଇଆରସି ମଞ୍ଜୁରୀ ପ୍ରଦାନ କରିଛନ୍ତି । କିଲୋୱାଟ(ୟୁନିଟ) ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧିକୁ ଓଇଆରସି ମଞ୍ଜୁରୀ ପ୍ରଦାନ କରିଛନ୍ତି । ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ପାଇଛି । ଏଣିକି ପ୍ରଥମ ୫୦ ୟୁନିଟକୁ ଦର ୟୁନିଟ ପିଛା ୩ଟଙ୍କା ୫୧ରୁ ୨୦୦ ୟୁନିଟ ୪ଟଙ୍କା ୮୦ ପଇସା ୨୦୧ରୁ ୪୦୦ ୟୁନିଟ ୫ଟଙ୍କା ୮୦ ପଇସା ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ଦର ୬ଟଙ୍କା ୨୦ ପଇସା ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ ତାରିଖରୁ ଲାଗୁ କରାଯିବା ନେଇ ସୂଚନା ରହିଛି । ତେବେ ବିପିଏଲ ଓ ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବର୍ତ୍ତିତ ରହିଛି । ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି । ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ୨% ରିହାତି କରାଯାଇଛି । ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ । ସମସ୍ତ ପ୍ରି-ପେଡ ଉପଭୋକ୍ତାଙ୍କୁ ମଧ୍ୟ ରିହାତି ମିଳିବ ।