ଆଜିଠାରୁ ଆରମ୍ଭ ମା’ ଙ୍କ ପବିତ୍ର ନବରାତ୍ରି
ଆଜିଠାରୁ ଆରମ୍ଭ ମା’ ଙ୍କ ପବିତ୍ର ନବରାତ୍ରି
ଆରମ୍ଭ ହୋଇଛି ଆଦିଶକ୍ତି ମା’ ଦୁର୍ଗାଙ୍କର ଶାରଦୀୟ ନବଦିନାତ୍ମକ ପୂଜା । ନବରାତ୍ରିର ନଅ ରାତିରେ ତିନି ଦେବୀ- ମହାଲକ୍ଷ୍ମୀ, ମହାସରସ୍ୱତୀ ଓ ଦେବୀ ଦୁର୍ଗାଙ୍କ ନଅ ସ୍ୱରୂପର ପୂଜା କରାଯାଏ । ଏହାଙ୍କୁ ନବଦୁର୍ଗା କୁହାଯାଏ । ନବଦିନାତ୍ମକ ଏହି ପର୍ବର ପ୍ରଥମ ଦିନ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ପର୍ବତରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଆବିର୍ଭାବ ହୋଇଥିବାରୁ ସେ ଶୈଳପୁତ୍ରୀ ନାମରେ ପୂଜିତ । ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତ ହୁଏ । ମା’ଙ୍କ ପୂଜା ଦ୍ୱାରା ବ୍ୟକ୍ତି ଜୀବନରେ ସ୍ଥିରତା ବଜାୟ ରହେ । ଜ୍ୟୋତଷ ଶାସ୍ତ୍ର ଅନୁସାରେ, ମା’ ଶୈଳପୁତ୍ରୀ ଚନ୍ଦ୍ରମାଙ୍କୁ ଦର୍ଶାନ୍ତି । ତାଙ୍କ ଉପାସନା ଦ୍ୱାରା ଚନ୍ଦ୍ରର କୁପ୍ରଭାବ ନିଷ୍କ୍ରିୟ ହୋଇଯାଏ । ଶୈଳପୁତ୍ରୀଙ୍କ ମନ୍ତ୍ର ଜପ ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି ।




admin 