ଆଜି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଲକଡାଉନ ହେବ କି ଅନ୍ୟ ଦିଗ ଉପରେ ସ୍ଥିତି ଦେଖି ନିଆଯିବ ନିଷ୍ପତି । ଆଜି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ତେବେ ସ୍ଥିତି ଦେଖି ଲକଡାଉନ ହେବ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ପୂର୍ବବର୍ଷ କରୋନା ସଂକ୍ରମଣ ରୋକିବାକୁ ପାଇଁ ଲକଡାଉନ୍ ଘୋଷଣା କରାଯାଇଥିଲା । ଏଥର ରାଜ୍ୟ ସରକାର କଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ରାଜଧାନୀ ଭୁବନେଶ୍ୱର XIMBରେ ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ ହୋଇଛି । ମୁଖ୍ୟତଃ ବାହାର ରାଜ୍ୟରୁ ଆସିଛନ୍ତି ବୋଲି ଜଣାପଡିଛି । ତେଣୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ପୋଲିସ ମହାନିର୍ଦ୍ଦେଶକ ଓ ଏସଆରସି ଭିଡିଓ କନଫେରେନ୍ସିଂ ମାଧ୍ୟମରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ଅଧିକ କରୋନା ସଂକ୍ରମିତ ହେଉଥିବା ଜଣାପଡିଛି । ବ୍ୟବସାୟିକ ପ୍ରତିଷ୍ଠାନ ଓ ମଲରେ କଡ଼ାକଡ଼ି ନିୟମ ପାଳନ ଉପରେ ନଜର ରଖିବାକୁ DG ନିର୍ଦ୍ଦେଶ ଦେଇଛନ୍ତି ।