ଆମ ସହ ପ୍ରତାରଣା ହୋଇଛି : ପ୍ରଦୀପ୍ତ

ଆମ ସହ ପ୍ରତାରଣା ହୋଇଛି : ପ୍ରଦୀପ୍ତ

ଆମ ସହ ପ୍ରତାରଣା ହୋଇଛି : ପ୍ରଦୀପ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି । ଏଭଳି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ଆଜିର ଉତ୍ତରରୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଥିବା ସ୍ପଷ୍ଟ ବୋଲି ଶ୍ରୀ ନାଏକ କହିଛନ୍ତି । ପ୍ରକାଶ ଯେ, ଆଜି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିବୃତି ରଖି କହିଥିଲେ ଯେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ । ଏହାଛଡ଼ା ସେ କହିଥିଲେ ଯେ, ଧାନକିଣା ଜାରି ରହିଛି । ଏଯାଏ ୬୧.୨୪ ଲକ୍ଷ ମେଟ୍ରିକ ଟନ କିଣାଯାଇଛି । ବିଗତ ଖରିଫ ଋତୁ ତୁଳନାରେ ଏ ବର୍ଷ ୧୮% ଅଧିକ ଧାନ କିଣାଯାଇଛି । ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଧାନ କିଣା ନେଇ ଥିବା ସମସ୍ୟାର ତଦନ୍ତ ଚାଲିଛି । ପଞ୍ଜୀକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁ ବିଧାୟକ ନିର୍ଦ୍ଧିଷ୍ଟ ଅଭିଯୋଗ କରିବେ ତାର ସମାଧାନ କରିବୁ ବୋଲି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଗୃହରେ ବିବୃତି ରଖିଥିଲେ । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।