ଇରାକ୍‌ରେ ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ଼

ଇରାକ୍‌ରେ ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ଼

ଇରାକ୍‌ରେ ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ଼

ବାଗଦାଦ: ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ନିକଟରେ ରକେଟ୍ ମାଡ ହୋଇଛି। ବାଗଦାଦର ସୁରକ୍ଷିତ ଗ୍ରୀନ ଜୋନ୍ ଉପରେ କତ୍ୟାଷା ରକେଟ୍ ମାଡ ହୋଇଛି। ଏନେଇ ଇରାକ୍ ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ଇରାକ୍ର ଗ୍ରୀନ୍ ଜୋନ୍ରେ ଆମେରିକା ଦୂତାବାସ ସମେତ ଅନେକ ସରକାରୀ ଅଫିସ ରହିଛି। ଏଥିପାଇଁ ଗ୍ରୀନ୍ ଜୋନ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥାଇପାରନ୍ତି ବୋଲି କୁହାଯାଉଛି। ତେବେ ଗୋଟିଏ ରକେଟ୍କୁ ସି-ରାମ୍ ଡିଫେନ୍ସ ସିଷ୍ଟମ ସହାୟତାରେ ନଷ୍ଟା କରାଯାଇଥିବା ବେଳେ ଅନ୍ୟଟି ଉକ୍ତ ଅଞ୍ଚଳରେ ମାଡ ହୋଇଛି। ଫଳରେ ଦୁଇଟି କାର୍ କ୍ଷତିଗ୍ରସ୍ତ ହୋଇଛି।

ଏହି ଘଟଣାରେ ମୃତହାତ ହୋଇ ନଥିବା ଜଣାପଡ଼ିଛି। ‘ଗ୍ରିନ୍ ଜୋନ୍’ରେ ସାଇରନ୍ ବାଜି ଉଠିଥିଲା। ଏହାଛଡ଼ା, ଏହି ଅକ୍ରମଣ ପାଇଁ କିଏ ଦାୟୀ, ତାହା ମଧ୍ୟ ଏଯାବତ୍ କୌଣସି ସଙ୍ଗଠନ ଦାବି କରି ନାହାନ୍ତି। ଏଜେନ୍ସି କହିଛି ଯେ ରକେଟର ଉତକ୍ଷେପଣ ସ୍ଥାନ ଖୋଜିବା ପାଇଁ ସୁରକ୍ଷା ବାହିନୀ ତଦନ୍ତ ଆରମ୍ଭ କରିଛି।