ଇଶ୍ୱର ବେହେରାଙ୍କୁ ଆଜୀବନ ଜେଲ୍

ଇଶ୍ୱର ବେହେରାଙ୍କୁ ଆଜୀବନ ଜେଲ୍

ଇଶ୍ୱର ବେହେରାଙ୍କୁ ଆଜୀବନ ଜେଲ୍
ଭୁବନେଶ୍ୱର: ଆଇଏସଆଇ ଲିଙ୍କରେ ଗିରଫ ହୋଇଥିବା ଇଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବାଲେଶ୍ୱର ଏଡିଜେ କୋର୍ଟ ଇଶ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦେଶଦ୍ରୋହ ଅପରାଧରେ ଇଶ୍ୱର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀ ଇଶ୍ୱରଙ୍କୁ ଆଜୀବନ କାରାଦଣ୍ଡଦେଶ ଦିଆଯାଇଛି । ବାଲେଶ୍ୱର ଏଡିଜେ କୋଟ ଦଣ୍ଡାଦେଶ ଶୁଣାଇଛନ୍ତି । କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସୂଚନା ଦେଉଥିବା ପ୍ରମାଣିତ ହୋଇଛି । ୨୦୧୫ ଜାନୁଆରୀ ୨୨ରେ ଗିରଫ ହୋଇଥିଲେ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ଆଇଏସଆଇକୁ ଦେବା ଅଭିଯୋଗ ଥିଲା । ସୂଚନାଯୋଗ୍ୟ ଯେ, ଈଶ୍ୱର ବେହେରା ୯ ଅଙ୍କ ବିଶିଷ୍ଟ ଏକ କଲ ରେ ଆଇ ଏସ ଆଇ ଆଇ ଏଜେଣ୍ଟ ସହ କଥାବାର୍ତ୍ତା ହେଉଥିଲା । ଯେଉଁ ନମ୍ବରରେ କଥା ହୋଇଥିଲା ସେହି ନମ୍ବର ଆଗରୁ +୯୧ ଲାଗିଥିଲା । ରିଟ୍ରିଭ ଡାଟାରୁ ଜଣାଯାଇଥିଲା ଯେ ଈଶ୍ୱର ବାହାର ଦେଶର ଏକ ନମ୍ବରରୁ ଆସିଥିବା କଲରୁ କଥା ହୋଇଛି । ଈଶ୍ୱରର ଭଏସ ସମ୍ପଲ୍ ସାଇଣ୍ଟିଫିକ ଲ୍ୟାବକୁ ଯାଇଥିଲା । ଈଶ୍ୱର ରେଗୁଲାର ଯୋଗାଯୋଗ ରେ ରହିଥିଲା । ଈଶ୍ୱର ଟିଭି କିଣିବାକୁ ପଇସା ମାଗିଥିଲା ଆଇଏସଆଇ ଏଜେଣ୍ଟକୁ । ଆଇଟିଆରର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଆଇ ଏସ ଆଇ ଏଜେଣ୍ଟକୁ ଜଣେଇ ଦେଉଥିଲା । ଈଶ୍ୱର ମିରଟ ର ଆଇ ଏସ ଆଇ ଗୁଇନ୍ଦା ଅଶିଫ ଅଲ୍ଲୀର ଯୋଗାଯୋଗରେ ଥିଲା । ଈଶ୍ୱର ଆକାଉଣ୍ଟକୁ ବହୁତ ଟଙ୍କା ଆସିଛି । ଆବୁଧାବିରୁ ଟଙ୍କା ଆସିଛି । ବିହାର, ଆଜମେର, କୋଲକାତାରୁ ବି ଟଙ୍କା ଆକାଉଣ୍ଟକୁ ଆସିଛି ।