ଉତରପ୍ରଦେଶରେ ମାସ୍କ ନପିନ୍ଧିଲେ ୧୦ ହଜାର ଫାଇନ

ଉତରପ୍ରଦେଶରେ ମାସ୍କ ନପିନ୍ଧିଲେ ୧୦ ହଜାର ଫାଇନ

ଉତରପ୍ରଦେଶରେ ମାସ୍କ ନପିନ୍ଧିଲେ ୧୦ ହଜାର ଫାଇନ
ନୂଆଦିଲ୍ଲୀ: ଦେଶରେ ବର୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ଏହି ଦ୍ୱିତୀୟ ଲହର ଭୟଙ୍କର ରୂପେ ମାଡି ଚାଲିଛି । କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଅତି ସାଙ୍ଘାତିକ ରହିଛି । ଆଜି ଆମ ଦେଶରୁ ୨ ଲକ୍ଷ ୧୭ ହଜାର ୩୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବି ୧୧୮୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ଆସିଲା ଏକ ବଡ ଖବର । ତାହା ହେଲା ମାସ୍କ ପ୍ରସଙ୍ଗରେ ଉତରପ୍ରଦେଶ ସରକାର ବଡ ଘୋଷଣା କରିଛନ୍ତି । ମାସ୍କ ନପିନ୍ଧିଲେ ପ୍ରଥମ ଥର ୧୦୦୦ ଟଙ୍କା ଜରିମାନା ଲାଗିବ । ୨ୟ ଥର ମାସ୍କ ନପିନ୍ଧି ଧରିପଡିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ୟୁପି ସପ୍ତାହାନ୍ତ ରବିବାର ଦିଲ ଲକଡାଉନ ହେବ । ଏନେଇ ଉତରପ୍ରଦେଶ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।