ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଦେ୍ର୍ଧଶ କ୍ରମେ ରାଜ୍ୟରେ ୫ ଜଣଙ୍କୁ କରୋନା ସେବକ ଭାବେ ଦାୟିତ୍ୱ

ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଦେ୍ର୍ଧଶ କ୍ରମେ ରାଜ୍ୟରେ ୫ ଜଣଙ୍କୁ କରୋନା ସେବକ ଭାବେ ଦାୟିତ୍ୱ

ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଦେ୍ର୍ଧଶ କ୍ରମେ ରାଜ୍ୟରେ ୫ ଜଣଙ୍କୁ କରୋନା ସେବକ ଭାବେ ଦାୟିତ୍ୱ
ଭୁବନେଶ୍ୱର: କଂଗ୍ରେସ ସୋନିଆ ଗାନ୍ଧୀଙ୍କ ନିଦେ୍ର୍ଧଶ କ୍ରମେ ରାଜ୍ୟରେ ୫ ଜଣଙ୍କୁ କରୋନା ସେବକ ଭାବେ ଦାୟିତ୍ୱ ଦିଆଯାଇଛି । ଚେତନ ମିଶ୍ର, ଚନ୍ଦନ ରାୟ ମୁରଲୀଧର ନାୟକ, ମିହିର ରାୟ ଓ ସୁବାସ ନାୟକ ଏହି ଦାୟିତ୍ୱ ପାଇଁ ମନୋନୀତ ହୋଇଥିବା ଓଡ଼ିଶା କଂଗ୍ରେସ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ପ୍ରକାଶ କରିଛନ୍ତି । ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀ କହିଛନ୍ତି କରୋନା ମୁକାବିଲା କରିବାକୁ ହେଲେ ପ୍ରଥମେ ଦେଶର ସମସ୍ତ ଜନସାଧାରଣ ଟିକା ନେବା ଉଚିତ । ଟିକା ନେବା ନେଇ କେନ୍ଦ୍ର ସରକାର ଯେଉଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି ତାହା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସରକାର ଟିକା ଦେଇ ପାରୁନାହାନ୍ତି, ଅନଲାଇନ ପଞ୍ଜୀକରଣ କଲେ ମଧ୍ୟ ସ୍ଲଟ ମିଳୁନାହିଁ । କେନ୍ଦ୍ରସରକାର ଜାଣି ରଖିବା ଉଚିତ ଭାରତର କେତେ ପ୍ରତିଶତ ଜନସାଧାରଣ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରିପାରିବେ । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖ୍ କଂଗ୍ରେସ ସାମାଜିକ ଗଣମାଧ୍ୟମ ୧୮ ବର୍ଷରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ପଞ୍ଜୀକରଣ କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଟିକା ନେବା କ୍ଷେତ୍ରରେ ପଞ୍ଜୀକରଣକୁ ସୂଚାରୁ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ଏହି ୫ଜଣ ରାଜ୍ୟର ୩୦ଟି ଜିଲ୍ଲାର କଂଗ୍ରେସ ଜିଲା ସଭାପତି ଏବଂ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ କରୋନା ସେବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିବେ ବୋଲି ଶ୍ରୀ ମହାନନ୍ଦ କହିଛନ୍ତି ।