ଏଇଟା ଗୋଟେ ଛୋଟିଆ କଥା : ପ୍ରମିଳା
ଏଇଟା ଗୋଟେ ଛୋଟିଆ କଥା : ପ୍ରମିଳା
admin
Mar 24, 2021 - 09:13
Updated: Mar 24, 2021 - 09:13
ଭୁବନେଶ୍ୱର: ଜଣେ ପୋଲିସ ଅଫିସରଙ୍କୁ ଚାନ୍ଦବାଲି ବିଧାୟକଙ୍କ ଧମକ ଅଡିଓ ପ୍ରସଙ୍ଗ । ଏଇଟା ଗୋଟେ ଛୋଟିଆ କଥା ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି । ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଏଇଟା ଛୋଟିଆ କଥା, ଏହାକୁ ଗୃହରେ ଉଠାଇବା ଉଚିତ୍ ନୁହେଁ । କେଉଁଠି ବିଧାୟକମାନେ ଅଫିସରଙ୍କ ସହ କଣ ଟିକେ କଥା ହୋଇଗଲେ , ତାଙ୍କୁ ବିରୋଧୀ ଦଳ ନେତା ଗୃହରେ ଉଠାଇବା ମୋ ମତରେ ଉଚିତ୍ ନୁହେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
ପ୍ରକାଶ ଯେ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ ଭିଡିଓ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଏହି ପ୍ରସଙ୍ଗକୁ ଉଠାଇ ଶାସକ ଦଳର ନେତା ସାଧାରଣ ପୁଲିସକୁ ଧମକାଇବେ କି ବୋଲି ପ୍ରଶ୍ନ କରିଥିଲେ । ଏଥିସହ ଘଟଣାର ନିପେକ୍ଷ ତଦନ୍ତ ପାଇଁ ଶ୍ରୀ ନାଏକ ଦାବି କରିଥିଲେ । ଖାଲି ସେତିକି ନୁହେଁ ବିଧାୟକଙ୍କ ଆଚରଣରେ ଶାଳିନତା ରଖିବାକୁ ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଥିଲେ ଶ୍ରୀ ନାଏକ ।
ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଭିଯୋଗର ଜବାବ ରଖିଥିଲେ ବିଧାୟକ ବ୍ୟୋମକେଶ ରାୟ । ବିରୋଧୀଦଳ ନେତା ଗୃହକୁ ବିଭ୍ରାନ୍ତି କରୁଛନ୍ତି ବୋଲି ଶ୍ରୀ ରାୟ ଅଭିଯୋଗ କରିଥିଲେ । ଶ୍ରୀ ରାୟ କହିଥିଲେ ଯେ, ମସ୍ପୃକ୍ତ ପୁଲିସ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲେ । ମୁଁ ତାଙ୍କୁ ଫୋନ କରିଥିଲି । ଆଇନ ତା’ ବାଟରେ ଯିବ ବୋଲି କହିଥିଲି । ମୋ ଅଡିଓ ଟେପକୁ ବିଭ୍ରାନ୍ତି କରି ଭାଇରାଲ କରାଯାଉଛି । ଯଦି ବାଚସ୍ପତି ଚାହିଁବେ ମୁଁ ଗୃହରେ ଉକ୍ତ ଟେପକୁ ଉପସ୍ଥାପନ କରିପାରିବି ବୋଲି ବିଧାୟକ ବ୍ୟୋମକେଶ ରାୟ କହିଥିଲେ ।