ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ
ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ
ଭୁବନେଶ୍ୱର: ସରକାରୀ ବିଶ୍ୱ ବିଦ୍ୟାଳୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ରାଜ୍ୟର ୨୬ ପରୀକ୍ଷା କେନ୍ଦ୍ରରେ ୧୯୯୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୭୨ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ପିଜି ବିଷୟରେ ନାମଲେଖା ଲାଗି ୫୫ ହଜାର ୩୨୭ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେପ୍ଟେମ୍ବର ୩ ପର୍ୟ୍ୟନ୍ତ ଏହି ପରୀକ୍ଷା ଚାଲିବାକୁ ଥିବା ବେଳେ ଅକ୍ଟୋବର ୧୨ରେ ବିଷୟଭିତ୍ତିକ ପ୍ରଥମ ତାଲିକା ପ୍ରକାଶ ପାଇବ ।




admin 