ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କୀ ନିହତ

ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କୀ ନିହତ

ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଭାରତୀୟ ସେନାର ଆତଙ୍କବାଦୀ ସଫାଇ କାର୍ୟ୍ୟକ୍ରମ ଜାରି ରହିଛି। ସେନାର ଅଲ୍‌ଆଉଟ୍‌ ଅପରେସନ୍‌ରେ ଅନେକ ଆତଙ୍କବାଦୀ ଟଳିଲେଣି। ଶନିବାର ଜାକୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଶ୍ରୀନଗର ପୋଲିସ କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ହୋଇଯାଇଛି। ୨ ଆତଙ୍କୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜାମ ବୋଲି ଜଣାପଡିଛି । ଯିଏକି ଅନନ୍ତନାଗର ହାସନପୋରାରେ ଏଚସି ଅଲି ମହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଆଇଜିପି କାଶ୍ମୀର ସୂଚନା ଦେଇଛି । ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ବନ୍ଧୁକ ଏବଂ ମାରଣାସ୍ତ୍ର ଜବତ କରାଯାଇଛି ।

 ତେବେ ବର୍ତ୍ତମାନ ମଧ୍ୟ ଅପରେସନ ଜାରି ରହିଛି ।