ଏବେ ସରକାରୀ ବସକୁ ଚଲାଇବେ ଘରୋଇ ମାଲିକ

ଏବେ ସରକାରୀ ବସକୁ ଚଲାଇବେ ଘରୋଇ ମାଲିକ

ଏବେ ସରକାରୀ ବସକୁ ଚଲାଇବେ ଘରୋଇ ମାଲିକ

ଭୁବନେଶ୍ୱର: ଦିନଥିଲା ସବୁ ଘରୋଇ ବସର ପରିଚାଳନା ଭାର ହାତକୁ ନେଇଥିଲେ ସରକାର । ଏବେ ସରକାରୀ ବସକୁ ଚଲାଇବେ ଘରୋଇ ମାଲିକ । ଖୁବଶୀଘ୍ର ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ବସ୍ ପରିଚାଳନା ଭାର ଘରୋଇ ସଂସ୍ଥା ହାତକୁ ଯିବ । ଘରୋଇ ସଂସ୍ଥା ଚଲାଇବେ ଓଏସଆରଟିସି ବସ୍ । ଓଏସଆରଟିସି ଦେବାଳିଆ ସଂସ୍ଥା ପାଲଟି ଗଲାଣି । ଆର୍ଥିକ କ୍ଷତି ଏତେ ଯେ, ବେଳକୁବେଳ ଓଏସଆରଟିସି ଡୁବି ଚାଲିଛି । ଓଏସଆଟିସି ବସ ସେବାକୁ ବଞ୍ଚାଇ ରଖିବା ପାଇଁ ଏବେ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେବାକୁ ଯୋଜନା ହେଉଛି । ନିକଟରେ ଓଏସଆରଟିସିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।

ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ, ବସ ସଂଖ୍ୟା ବୃଦ୍ଧି କରାଯାଇ ୧ ହଜାର କରାଯିବ । ବର୍ତ୍ତମାନ ଓଏସଆରଟିସିର ୬୩୬ଟି ବସ ଥିବାବେଳେ ସେଥିରୁ ୪୭୮ଟି ଗଡୁଛି । ବୈଠକରେ ପରାମର୍ଶ ଦିଆଯାଇଛି, ମୋ’ବସ୍ ଚଲାଉଥିବା କ୍ରୁଟ ଭଳି ଓଏସଆରଟିସି ନୂଆ ଢ଼ାଞ୍ଚାରେ ନିଜକୁ ପରିଚାଳିତ କରିବା ଦରକାର । ଏହାସହ କୁହାଯାଇଛି, ବସକୁ ଲିଜରେ ଦେବା ପାଇଁ ପଦକ୍ଷେପ ନିଆଯିବ । ଘରୋଇ ସଂସ୍ଥା ଓଏସଆଟିସି ବସ ଚଲାଇବ ।