ଏସ୍‌ଆଇଟିର ମୁଖ୍ୟ ହେଲେ ଅରୁଣ ବୋଥ୍ରା

ଏସ୍‌ଆଇଟିର ମୁଖ୍ୟ ହେଲେ ଅରୁଣ ବୋଥ୍ରା

ଏସ୍‌ଆଇଟିର ମୁଖ୍ୟ ହେଲେ ଅରୁଣ ବୋଥ୍ରା
ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏସ୍‌ଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦେଲେ ଦାୟିତ୍ୱ। ଟିମ୍‌ରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା ସାମିଲ। ଟିମ୍‌ରେ ଏଏସ୍‌ପି ଆର.ସି.ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ଟିମ୍‌ରେ ସାମିଲ୍‌ ହୋଇଛନ୍ତି । ଏସ୍‌ଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ବତନ୍ତ୍ର ସଚିବ ଚିଠି କରିଛନ୍ତି । ତଦନ୍ତ ତତ୍ତ୍ବାବଧାନ ପାଇଁ ଜଣେ ସିଟିଂ ଜଜ୍‌ଙ୍କୁ ଦାୟିତ୍ବ ଦେବାକୁ ନିବେଦନ କରାଯାଇଛି ।