ଏହି ଦୁଇ ନୂଆ ରୁଟରେ ଗଡିଲା ମୋ ବସ୍‌

ଏହି ଦୁଇ ନୂଆ ରୁଟରେ ଗଡିଲା ମୋ ବସ୍‌

ଏହି ଦୁଇ ନୂଆ ରୁଟରେ ଗଡିଲା ମୋ ବସ୍‌

ଭୁବନେଶ୍ୱର: ଆଜିଠୁ ଚନ୍ଦକା ଓ କଟକ ଜିଲ୍ଲା ଟାଙ୍ଗୀକୁ ଗଡ଼ିବ ମୋ ବସ୍‌ । କ୍ରୁଟ ପକ୍ଷରୁ ଏହି ଦୁଇ ନୂଆ ରୁଟରେ ବସ୍‌ ସେବା ଆରମ୍ଭ ହେବ । ଦୀର୍ଘଦିନ ଧରି ଏହି ୨ଟି ରୁଟରେ ମୋ ବସ୍‌ ଚାଲିବାକୁ ଦାବି ହୋଇ ଆସୁଥିଲା ରୁଟ ନଂ ୪୧ ବସ୍‌ ବରମୁଣ୍ଡା ଆଇଏସ୍‌ବିଟିରୁ ବାହାରି ଏନ୍‌ଏଚ୍‌, ଲିଙ୍କ ରୋଡ, ବାଦମବାଡ଼ି ଦେଇ ଟାଙ୍ଗୀ ପର୍ୟ୍ୟନ୍ତ ଯିବ । ପୁଣି ସେଠାରୁ ଫେରିବ ।

ସେହିପରି ରୁଟ ନଂ ୪୨ ଗାଡ଼ି ବରମୁଣ୍ଡା ଆଇଏସ୍‌ବିଟିରୁ ବାହାରି ଚନ୍ଦକା ଦେଇ ନନ୍ଦନକାନନ ଯିବ । ଏହା ଦ୍ୱାରା ଚନ୍ଦକା ସମେତ ଆଖପାଖ ଅଞ୍ଚଳର ଲୋକେ ଉପକୃତ ହେବେ । ସହରବାସୀଙ୍କୁ ଉତ୍ତମ ଭାବେ ସେବା ପ୍ରଦାନ କରିବା କରିବା ପାଇଁ ନୂଆ ରୁଟ୍‌ ଯୋଡ଼ିବା କାର୍ୟ୍ୟ ଜାରି ରଖିବୁ । ସହରରେ ଉନ୍ନତ ମାନର ମୋ ବସ୍‌ ସେବା ଯୋଗାଇବାକୁ ନିରନ୍ତର ଭାବେ ପ୍ରୟାସ କରୁଛୁ ବୋଲି କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।