ଓଡ଼ିଶାରେ କୋଭିଡ୍ ମୃତ୍ୟୁ କ୍ଷତିପୂରଣ ବାବଦରେ ଖର୍ଚ୍ଚ ହେବ ୪୦.୭୮ କୋଟି ଟଙ୍କା
ଓଡ଼ିଶାରେ କୋଭିଡ୍ ମୃତ୍ୟୁ କ୍ଷତିପୂରଣ ବାବଦରେ ଖର୍ଚ୍ଚ ହେବ ୪୦.୭୮ କୋଟି ଟଙ୍କା
ନୂଆଦିଲ୍ଲୀ : କୋଭିଡରେ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରମାନେ ରାଜ୍ୟ ବିପର୍ୟ୍ୟୟ ସହାୟତା ପାଣ୍ଠି (ଏସଡିଆରଏଫ)ରୁ ଏହି ଅର୍ଥ ପ୍ରଦାନ କରିବେ । ଓଡ଼ିଶା ସରକାରଙ୍କ କରୋନା ବୁଲେଟିନ ଅନୁସାରେ ରାଜ୍ୟରେ ୮୧୫୭ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ପାଖାପାଖି ୪ ଲକ୍ଷ ୫୦ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ବାବଦରେ ୨ ହଜାର ୨୫୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯିବ ବୋଲି ଆକଳନ କରାଯାଇଛି। ଏହି ହାରରେ ଦେଖିଲେ ରାଜ୍ୟରେ ଏ ବାବଦରେ ୪୦.୭୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାରଙ୍କ କ୍ଷତିପୂରଣ ସଂପର୍କୀତ ସତ୍ୟପାଠ ଓ ସୁପ୍ରିମକୋର୍ଟଙ୍କ ଆଦେଶର ଅନୁପାଳନ ପୂର୍ବକ ରାଜ୍ୟ ସରକାରମାନେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିପାରନ୍ତି ବୋଲି ସୂଚନା ମିଳିଛି ।




admin 