ଓମିକ୍ରନ୍‌କୁ ନେଇ ଆସିଲା ନୂଆ ନିର୍ଦେଶାବଳୀ

ଓମିକ୍ରନ୍‌କୁ ନେଇ ଆସିଲା ନୂଆ ନିର୍ଦେଶାବଳୀ

ଓମିକ୍ରନ୍‌କୁ ନେଇ ଆସିଲା ନୂଆ ନିର୍ଦେଶାବଳୀ

ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଦ୍ରୁତ ଗତିରେ ମାଡ଼ି ଚାଲିଛି।  ଦେଶରେ ତୃତୀୟ ଲହର ସମ୍ଭାବନା କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପୁଣି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। 

 ଆବଶ୍ୟକ ନଥିଲେ ଯାତ୍ରା ନକରିବା ପାଇଁ ଏବଂ ଭିଡ଼ ସ୍ଥାନକୁ ନଯିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। କେବଳ ଟିକା ଏଭଳି ସଙ୍କଟରୁ ଦେଶକୁ ମୁକ୍ତ କରିବ ନାହିଁ। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଏବଂ ହାତ ବାରମ୍ବାର ଧୋଇବା ଏବଂ ଅନ୍ୟ କଟକଣା ପାଳନ କରିବାପାଇଁ ମନ୍ତ୍ରାଳୟ କହିଛି। ଦେଶର ୧୯ଟି ଜିଲ୍ଲାରେ ସାପ୍ତାହିକ କୋଭିଡ୍ ପଜିଟିଭ୍ ହାର ୫-୧୦ ପ୍ରତିଶତ ରହିଛି। ଅନ୍ୟପକ୍ଷେ ୫ ଟି ଜିଲ୍ଲାରେ ସାପ୍ତାହିକ କୋଭିଡ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ୫ ପ୍ରତିଶତରୁ ଅଧିକ ସାପ୍ତାହିକ ପଜିଟିଭ୍ ହାର ଥିବା ଜିଲ୍ଲା ଗୁଡ଼ିକ କରୋନା କଟକଣାକୁ କଡ଼ାକଡ଼ି ଲାଗୁ କରିବା ଉଚିତ। ୨ ସପ୍ତାହ ପର୍ୟ୍ୟନ୍ତ ଉକ୍ତ ରାଜ୍ୟମାନଙ୍କରେ ସାପ୍ତାହିକ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିବା ପର୍ୟ୍ୟନ୍ତ ସଂକ୍ରମଣ ଉପରେ କଡ଼ା ନଜର ରଖିବା ଉଚିତ ବୋଲି କୁହାଯାଇଛି।

ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୪୦ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ୮ ଲେଖାଏଁ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି।