ଓଡ଼ିଶାରେ ଚାଷୀ ନେତା ରାକେଶ ଟିକାୟତ

ଓଡ଼ିଶାରେ ଚାଷୀ ନେତା ରାକେଶ ଟିକାୟତ

ଓଡ଼ିଶାରେ  ଚାଷୀ ନେତା ରାକେଶ ଟିକାୟତ
ଭୁବନେଶ୍ୱର : ଓଡ଼ିଶାରେ ଚାଷୀ ନେତା ରାକେଶ ଟିକାୟତ । କେନ୍ଦ୍ର କୃଷି ଆଇନ ପ୍ରତ୍ୟାହର ଦାବି କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ହଜାର ହଜାର ଚାଷୀଙ୍କ ସର୍ବମାନ୍ୟ ନେତା ଟିକାୟତ ଆଜି ଓଡ଼ିଶାରେ ଚାଷୀ ମହାପଂଚାୟତ କରିବେ । ଯାଜପୁରର ଚଣ୍ଡିଖୋଲରେ ଏହି ଚାଷୀ ସମ୍ମିଳନୀ ଆୟୋଜନ କରାଯାଇଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରୁ ଏକ କାର ରାଲି କରି ସିଧା ଚଣ୍ଡିଖୋଲରେ ପହଂଚିଛନ୍ତି ଟିକାୟତ । କେନ୍ଦ୍ରରେ ମୋଦି ସରକାରଙ୍କ ଚାଷୀ ବିରୋଧି ଆଇନ ପ୍ରତ୍ୟାହର ଦାବିରେ ତାଙ୍କ ଲଢେଇ ଜାରି ରହିବ ବୋଲି କହିଛନ୍ତି ରାକେଶ ଟିକାୟତ । ଓଡ଼ିଶାରେ ଚାଷୀଙ୍କ ସମସ୍ୟାକୁ ନେଇ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।