କଂଗ୍ରେସ ନେତାଙ୍କୁ ଧମକାଇଲେ ସିଦ୍ଧୁ, କହିଲେ ଏମିତି କଥା

କଂଗ୍ରେସ ନେତାଙ୍କୁ ଧମକାଇଲେ ସିଦ୍ଧୁ, କହିଲେ ଏମିତି କଥା

କଂଗ୍ରେସ ନେତାଙ୍କୁ ଧମକାଇଲେ ସିଦ୍ଧୁ, କହିଲେ ଏମିତି କଥା

ନୂଆଦିଲ୍ଲୀ: ପଂଜାବ କଂଗ୍ରେସ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଦଳୀୟ ନେତୃତ୍ୱକୁ ଖୋଲା ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି କଂଗ୍ରେସ ନେତୃବୃନ୍ଦ ତାଙ୍କୁ ନିଷ୍ପତ୍ତି ନେବାକୁ ଅନୁମତି ନଦିଅନ୍ତି ତେବେ ସେ କାହାକୁ ଛାଡ଼ିବେ ନାହିଁ । ସିଦ୍ଧୁ କହିଛନ୍ତି, ମୁଁ କଂଗ୍ରେସ ନେତୃବୃନ୍ଦଙ୍କୁ ଶୁଣାଇ ଦେଉଛି ଯେ ଯଦି ମତେ ନିଷ୍ପତ୍ତି ନେବାର ଅନୁମତି ଦିଆନଯାଏ ତେବେ ଏହାର ପରିଣାମ ସମସ୍ତେ ଭୋଗିବେ । ଯଦି ନିଷ୍ପତ୍ତି ନେବାରେ ତାଙ୍କୁ ସ୍ୱାଧୀନତା ନମିଳେ ତେବେ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ ଏବଂ ତାଙ୍କୁ ବିରୋଧ କରୁଥିବା ନେତାମାନେ ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ବରିଷ୍ଠ ନେତା ହରିଶ ରାୱତ ସିଦ୍ଧୁଙ୍କୁ ଚେତାବନୀ ଦେଇ ଯେଉଁ ଟିପ୍ପଣୀ ରଖିଥିଲେ ତାକୁ ବିରୋଧ କରି ସିଦ୍ଧୁ ଦଳୀୟ ନେତୃବୃନ୍ଦଙ୍କୁ ଏଭଳି ଧମକ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସିଦ୍ଧୁଙ୍କ ପରାମର୍ଶଦାତା ପାକିସ୍ତାନ ଏବଂ କାଶ୍ମୀର ସଂକ୍ରାନ୍ତରେ ଦେଇଥିବା ବିବାଦୀୟ ଟିପ୍ପଣରୀ ପାଇଁ ସିଦ୍ଧୁ ତାଙ୍କୁ ବହିଷ୍କାର କରିବାକୁ ରାୱତ କହିଥିଲେ । ରାୱତ କହିଥିଲେ ଏହି ପରାମର୍ଶଦାତାଙ୍କୁ ଦଳ ନିଯୁକ୍ତ କରିନାହିଁ । ସିଦ୍ଧୁ ସେମାନଙ୍କୁ ବହିଷ୍କାର କରିବାକୁ ବାଧ୍ୟ । ଯଦି ସିଦ୍ଧୁ ଏହା ନକରନ୍ତି ତେବେ ତାହା ଆମେ କରିଦେବୁ । ସିଦ୍ଧୁଙ୍କର ଜଣେ ପରାମର୍ଶଦାତା ମଲଭିନ୍ଦର ସିଂହ ମାଲି ଇସ୍ତଫା ଦେଇଛନ୍ତି ।