କଂଗ୍ରେସ ଭବନ ଭିତରେ ପଶି ପୁଲିସ ପିଟିଲା

କଂଗ୍ରେସ ଭବନ ଭିତରେ ପଶି ପୁଲିସ ପିଟିଲା

କଂଗ୍ରେସ ଭବନ ଭିତରେ ପଶି ପୁଲିସ ପିଟିଲା

ଭୁବନେଶ୍ୱର: ସବୁ ସୀମା ଟପିଗଲା ପୁଲିସ । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ । ଏକ ଜାତୀୟ ଦଳର କାର୍ଯ୍ୟାଳୟରେ ପଶି କର୍ମୀଙ୍କୁ ପିଟିଲା ପୁଲିସ ।  ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ଭିତରେ ପଶି ପୁଲିସ କର୍ମୀଙ୍କୁ ପିଟିଛି ।  ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଫିସ ଭିତରେ ପଶି ପୁଲିସ ପିଟିଥିବା ଜଣାଯାଇଛି । 

ପ୍ରକାଶ ଯେ,  ମମିତା ମେହେର ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସ ଆଜି ହଲ୍ଲବୋଲ ଆନେ୍ଦାଳନ କରିଥିଲା । ଆଜି ଛାତ୍ର କଂଗ୍ରେସ କର୍ମୀ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସୁରକ୍ଷା ବଳୟ ଟପି ଛାତ୍ର କଂଗ୍ରେସ କର୍ମୀ  ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲିଯାଇଥିଲେ ।  ଏହି ସମୟରେ ପୁଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି କର୍ମୀଙ୍କୁ ପୁଲିସ ମଧ୍ୟ ଗିରଫ କରିଥିଲା ।  ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀ  ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ।  ଯାହା ଫଳରେ ପୁଲିସ ଛାତ୍ର କଂଗେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଜଣାଯାଇଛି । ଏଥିରେ କିଛି କର୍ମୀଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି ।

ତେବେ ମାଡ଼କୁ ଡରି କିଛି କର୍ମୀ କଂଗ୍ରେସ ଭବନରେ ପଶିଯାଇଥିଲେ । ସେଠାକୁ ପୁଲିସ ଯାଇ କର୍ମୀଙ୍କୁ ମାଡ଼ ମାରିଥିବା ଜଣାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ପୁଲିସ ପିଟିଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।