କଟକରେ ପୁଣି ନକଲି ମସଲା କାରଖାନା ଠାବ

କଟକରେ ପୁଣି ନକଲି ମସଲା କାରଖାନା ଠାବ

କଟକରେ ପୁଣି ନକଲି ମସଲା କାରଖାନା ଠାବ
କଟକ: କଟକରେ ଶନିବାର ପୁଣି ଆଉ ଏକ ନକଲି ମସଲା କାରଖାନା ଠାବ କରାଯାଇଛି । ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାର ଭଦିଭୂଳ ଠାରେ ଏହି କାରଖାନା ଠାବ କରାଯାଇଛି । ବହୁ ପରିମାଣର ନକଲି ହଳଦି ଓ ବିଭିନ୍ନ ପ୍ରକାର ମସଲ ଗୁଣ୍ଡ ଜବତ କରାଯାଇଛି । ବହୁ ନାମୀଦାମୀ କମ୍ପାନୀର ଲୋକୋ ଓ ପ୍ୟାକିଂ ମଧ୍ୟ ଜବତ କରାଯାଇଛି । ପ୍ରକାଶ ଯେ, ନକଲି ମସଲା କାରଖାନା ଚାଲୁଥିବା ସମ୍ପର୍କରେ ଖବର ପାଇ କମିଶନରେଟ ପୁଲିସ ସେଠାରେ ଚଢଉ କରିଥିଲା । ତେବେ ଚଢଉ ଜାରି ରହିଥିବାବେଳେ ଏହି ଘଟଣାର ସବିଶେଷ ତଥ୍ୟ ମିଳିପାରିନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତକିଛି ଦିନ ତଳେ କଟକରେ ନକଲି ଘିଅ କାରଖାନା ଠାବ କରାଯାଇଥିଲା ।