କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ
କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ
କଟକ : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ , ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଂଜନ ଚୌଧୁରୀଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି, ଖଞ୍ଜଣି,ଘଣ୍ଟ ବଜେଇ ପ୍ଲାକଡ ବ୍ୟାନର ଓ ପତାକା ଧରି ଡିଜେଲ୍, ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲର ଦରଦାମ ବୃଦ୍ଧିରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ କଂଗ୍ରେସ ସଭାପତି ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ,ବହୁ କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଯୋଗଦେଇ ଏହି ବିକ୍ଷୋଭ ଓ ପ୍ରତିବାଦ କୁ ସଫଳ କରାଇଥିବାରୁ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଂଜନ ଚୌଧୁରୀ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଆଗାମୀ ଦିନରେ ସାଧାରଣ ଜନତାଙ୍କ ପାଇଁ ଏହି ଲଢେଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।




admin 