କରୋନା ଟିକା ନେଲେ ଏସିଏସ ପ୍ରଦୀପ୍ତ ମହାପାତ୍ର

କରୋନା ଟିକା ନେଲେ ଏସିଏସ ପ୍ରଦୀପ୍ତ ମହାପାତ୍ର

କରୋନା ଟିକା ନେଲେ ଏସିଏସ ପ୍ରଦୀପ୍ତ ମହାପାତ୍ର
ଭୁବନେଶ୍ୱର:କରୋନାକୁ ମାତ ଦେବା ପାଇଁ ଓଡ଼ିଶାରେ ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କରୋନା ଟିକା ନେଇଛନ୍ତି । ଆଜି ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଶ୍ରୀ ମହାପାତ୍ର ଟିକା ନେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯେ, ଓଡ଼ିଶାରେ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯାଇଥିବାବେଳେ ଏବେ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାଦାନ କରାଯିବ ।