କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୯ ଜଣଙ୍କ ମୁଣ୍ଡ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୯ ଜଣଙ୍କ ମୁଣ୍ଡ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୯ ଜଣଙ୍କ ମୁଣ୍ଡ ନେଲା କରୋନା

 ଭୁବନେଶ୍ୱର :   କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଥମିବା ନାଁ ଧରୁନି କରୋନା ମୃତ୍ୟୁର ତାଣ୍ଡବ। ରାଜ୍ୟରେ ସଂକ୍ରମଣ ତଳମୁହାଁ ଥିବା ବେଳେ ଉପରମୁହାଁ ରହିଛି ସଂକ୍ରମଣଜନିତ ମୃତ୍ୟୁର ଗ୍ରାଫ । ଦିନକୁ ଦିନ ନୂଆ ନୂଆ ରେକର୍ଡ କରୁଛି କରୋନା ମୃତ୍ୟୁ । ଗତକାଲି ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ୫୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୯ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼, ଢେଙ୍କାନାଳ, ପୁରୀରୁ ଜଣ ଲେଖାଏଁ, ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼, ଗଞ୍ଜାମରୁ ୪ ଜଣ ଲେଖାଏଁ, କଳାହାଣ୍ଡି, କେନ୍ଦ୍ରାପଡ଼ା, ନବରଙ୍ଗପୁରରୁ ୩ ଜଣ ଲେଖାଏଁ, କଟକ, ଯାଜପୁର, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ଅନୁଗୁଳ, ଜଗତସିଂହପୁର, କୋରାପୁଟରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।