କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୧୮୬୪ ଜଣ ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୧୮୬୪ ଜଣ ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୧୮୬୪ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଗତ ପାଞ୍ଚଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ତିନିଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୮୨ ଓ ସ୍ଥାନୀୟ ଅଞ୍ଚଳରୁ ୭୮୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୪୧ ହଜାର ୨୦୪ ରହିଥିବା ବେଳେ ୧୯ ହଜାର ୧୩ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୬୯ଜଣ, ବାଲେଶ୍ୱରରୁ ୧୧୪ ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୬୫ ଜଣ, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୨୨୧ଜଣ, ଦେବଗଡ଼ରୁ ୬ ଜଣ, ଢେଙ୍କାନାଳରୁ ୮୪ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୨ ଜଣ, ଜଗତସିଂହପୁରରୁ ୮୯ ଜଣ, ଯାଜପୁରରୁ ୧୦୭ ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୫୯ ଜଣ, କେଉଁଝରରୁ ୪୪ ଜଣ, ଖୋର୍ଦ୍ଧାରୁ ୪୯୬ ଜଣ, କୋରାପୁଟରୁ ୭ ଜଣ, ମାଲକାନଗିରିରୁ ୧୨ ଜଣ, ମୟୁରଭଞ୍ଜରୁ ୫୭ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୬୬ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୫୯ ଜଣ, ରାୟଗଡ଼ାରୁ ୨୪ ଜଣ, ସମ୍ୱଲପୁରରୁ ୩୪ ଜଣ, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୫୬ ଓ ଷ୍ଟେଟ ପୁଲରୁ ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।