କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୮୦୬ ଜଣ ପଜିଟିଭ୍ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୮୦୬ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଆଗାମୀ ଦିନରେ ସଂକ୍ରମଣ ଆହୁରି କମିବ ବୋଲି କୁହାଯାଇଛି । ଏହା ମଧ୍ୟରେ ଆଜି ପୁଣି ୩୮୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୨୩ ହଜାର ୫୯୯ ରହିଥିବା ବେଳେ ୪୩ ହଜାର ୩୩୮ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନୁଗୋଳରୁ ୧୭୫, ବାଲେଶ୍ୱରରୁ ୨୨୦, ବରଗଡରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗୀରରୁ ୨୮,ବୌଦ୍ଧରୁ ୩୫, କଟକରୁ ୩୯୩, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୩୦ ଚିହ୍ନଟ ହୋଇଛନ୍ତି | ଯାଜପୁରରୁ ୩୪୬, ଝାରସୁଗୁଡାରୁ ୧୯,କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୧୪୫, କେଉଁଝରରୁ ୮୧,ଖୋର୍ଦ୍ଧାରୁ ୬୧୭, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୧୫୯,ନବରଙ୍ଗପୁରରୁ ୮୮, ନୟାଗଡ଼ରୁ ୧୩୪, ନୁଆପଡାରୁ ୩୧, ପୁରୀରୁ ୨୦୦, ରାୟଗଡାରୁ ୧୧୧, ସମ୍ବଲପୁରରୁ ୪୫, ସୋନପୁରରୁ ୩୬,ସୁନ୍ଦରଗଡରୁ ୧୧୯ ଓ ରାଜ୍ୟ ପୁଲରୁ ୯୫ଜଣ ଚିହ୍ନଟ ହୋଇଛନ୍ତି |




admin 