କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮୯୧୪ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮୯୧୪ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୮୯୧୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ଆଜି ଦିନକରେ ୮୯୧୪ ନୂଆ କରୋନା ରୋଗୀ ଚିହ୍ନଟ ସହ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଟପି ଯାଇଛି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୮୯୧୪ ମଧ୍ୟରୁ କ୍ୱାରେଂଟିନରୁ ୫୦୮୧, ଲୋକାଲ କେସରୁ ୩୮୩୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୨୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୫୯୨, କଳାହାଣ୍ଡି-୨୩୬ , କଟକ-୫୮୭, ନୂଆପଡା -୨୭୮, ସମ୍ବଲପୁର-୫୨୦, ଝାରସୁଗୁଡା-୩୦୪ , ପୁରୀ-୫୩୦, ବରଗଡ-୪୫୨, ନବରଙ୍ଗପୁର-୪୩୩, ବାଲେଶ୍ୱର-୧୭୯ , ସୁବର୍ଣ୍ଣପୁର-୧୨୧ , ବଲାଙ୍ଗିର-୨୯୨ , ଷ୍ଟେଟପୁଲ-୨୫୫, ଗଞ୍ଜାମ-୨୬୨, ମୟୂରଭଞ୍ଜ-୧୩୪, କେନ୍ଦୁଝର-୧୦୪, କୋରାପୁଟ-୧୪୫, ଭଦ୍ରକ-୩୫୧, ଯାଜପୁର-୨୩୨, ନୟାଗଡ-୧୯୪ , ରାୟଗଡା-୧୫୭, ଅନୁଗୁଳ-୩୩୧, ଜଗତସିଂହପୁର-୧୦୯, ଗଜପତି-୧୬୫, କେନ୍ଦ୍ରାପଡା-୧୩୨, ଦେବଗଡ-୧୦୩, କନ୍ଧମାଳ-୬୨, ମାଲକାନଗିରି-୭୩ , ବୌଦ୍ଧ-୧୭୫ ଓ ଢେଙ୍କାନାଳ-୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୭୧ ହଜାର ୮୩୫ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୯୭ ହଜାର ୫୭୫ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।