କାର୍-ବାଇକ୍ ଧକ୍କା, ଜଣେ ମୃତ

କାର୍-ବାଇକ୍ ଧକ୍କା, ଜଣେ ମୃତ

କାର୍-ବାଇକ୍ ଧକ୍କା, ଜଣେ ମୃତ

ପାଲଲହଡା: କାର୍-ବାଇକ୍ ମୁହାଁମୁହିଁ ଧକ୍କା। ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଝିମିରିପାଲି ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଦେବଗଡ଼ ଜିଲ୍ଲାର ବୋଲି ଜଣାପଡିଛି।

ସୂଚନାନୁଯାୟୀ, ଏକ କାର୍ ପାଳଲହଡା ପଟୁ ଖମାର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଆଗପଟୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିଥିବା ଟାଟା ଇଣ୍ଡିଗୋ କାର ଚାଳକ ଫେରାର ହୋଇଯାଇଛି। ପାଲଲହଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟି ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।