କୁଶଭଦ୍ରାରେ ୨୫ଫୁଟର ଘାଇ, ଜଳମଗ୍ନ ହେବ ୭ପଞ୍ଚାୟତ
କୁଶଭଦ୍ରାରେ ୨୫ଫୁଟର ଘାଇ, ଜଳମଗ୍ନ ହେବ ୭ପଞ୍ଚାୟତ
କୋଣାର୍କ : କୁଶଭଦ୍ରା ନଦୀବନ୍ଧରେ ୨୫ ଫୁଟର ଘାଇ। ଘାଇଟି କ୍ରମଶଃ ବଢ଼ିବାରେ ଲାଗିଛି। ଫଳରେ ୭ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଏହାଦ୍ଵାରା ୫୦ ହଜାର ଲୋକ ବନ୍ୟା ପ୍ରଭାବିତ ହେବେ। ସେପଟେ ଜଳ ସମ୍ପଦ ବିଭାଗର ଅବହେଳା ଯୋଗୁଁ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କୁଶଭଦ୍ରା ନଦୀବନ୍ଧ ସୁଦୃଢ଼ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହି ନଦୀରେ ଥିବା କଲଭର୍ଟ ଗୁଡିକ ମରାମତି ନହେବାରୁ ଘାଇ ହୋଇଛି । ଅନ୍ୟପଟେ ମଳିଆତୁଠ, ସୁଜାନଗର, ପାଇକସାହି, ଗୋପ ବଣିଆ ସାହି ଆଦି ସ୍ଥାନରେ ବିପଦଶଙ୍କୁଳ ଅବସ୍ଥାରେ ରହିଛି।




admin 