କେଜ୍ରିୱାଲଙ୍କ ବିରୋଧରେ ୯୨ ପ୍ରାର୍ଥୀ!

କେଜ୍ରିୱାଲଙ୍କ ବିରୋଧରେ ୯୨ ପ୍ରାର୍ଥୀ!

କେଜ୍ରିୱାଲଙ୍କ ବିରୋଧରେ ୯୨ ପ୍ରାର୍ଥୀ!
ନୂଆଦିଲ୍ଲୀ - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ୬ ଘଣ୍ଟାର ଅପେକ୍ଷା ପରେ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ନୂଆଦିଲ୍ଲୀ ଆସନରେ କେଜ୍ରିୱାଲଙ୍କ ସମେତ ସମୁଦାୟ ୯୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଏହିଦିନ ହିଁ ଜଣାପଡ଼ିବ କେଜ୍ରିୱାଲଙ୍କ ବିରୋଧରେ କେତେଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ଅନ୍ୟପକ୍ଷେ କେଜ୍ରିୱାଲ ତାଙ୍କ ସମ୍ପତ୍ତିର ମୂଲ୍ୟ ୩.୪ କୋଟି ଥିବା ତାଙ୍କ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଛନ୍ତି । ଆପ୍ ମୁଖ୍ୟଙ୍କ ସମ୍ପତ୍ତି ୨୦୧୫ରେ ୨.୧ କୋଟି ଥିବାବେଳେ ଏଥିରେ ଆଉ ୧.୩ କୋଟି ବୃଦ୍ଧି ପାଇଛି । କେଜ୍ରିୱାଲଙ୍କ ସତ୍ୟପାଠ ଅନୁଯାୟୀ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ପାଖରେ ଥିବା ନଗର ଏବଂ ଏଫଡି ୨୦୧୫ରେ ୧୫ ଲକ୍ଷ ଥିବାବେଳେ ଏହା ୨୦୨୦ରେ ୫୭ ଲକ୍ଷରେ ପହଞ୍ଚିଛି । ସେହିପରି କେଜ୍ରିୱାଲଙ୍କ ଟଙ୍କା ଏବଂ ଏଫଡି ୨୦୧୫ରେ ୨.୨ ଲକ୍ଷ ଥିବାବେଳେ ୨୦୨୦ରେ ଏହା ୯.୬ ଲକ୍ଷକୁ ବୃଦ୍ଧି ପାଇଛି । କେଜ୍ରିୱାଲଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ଗତ ୫ ବର୍ଷ ମଧ୍ୟରେ ୯୨ ଲକ୍ଷରୁ ୧.୭ କୋଟିକୁ ବୃଦ୍ଧି ପାଇଛି ।