କେବଳ ଛୁଆ ଜନ୍ମ ଦେବା ମହିଳାଙ୍କ କାମ: ତାଲିବାନ
କେବଳ ଛୁଆ ଜନ୍ମ ଦେବା ମହିଳାଙ୍କ କାମ: ତାଲିବାନ
କାବୁଲ: ଆଫଗାନିସ୍ତାନରେ ତାଲିବାନଙ୍କ ନୂଆ ସରକାର ଗଠନ ହୋଇଛି। ଏହି ମନ୍ତ୍ରିମଣ୍ଡଳରେ କୌଣସି ମହିଳାଙ୍କୁ ସାମିଲ କରାଯାଇନାହିଁ । ସରକାରରେ ମହିଳାଙ୍କୁ ସାମିଲ କରା ନ ଯିବାକୁ ନେଇ ତାଲିବାନ ସରକାରକୁ ଆନ୍ତର୍ଜାତିକସ୍ତରରେ ସମାଲୋଚନା କରାଯାଉଛି । ଏପରିକି ଆଫଗାନିସ୍ତାନର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମହିଳାଙ୍କ ଏପରି ବିକ୍ଷୋଭକୁ ନେଇ ତାଲିବାନର ମୁଖପାତ୍ର ସୟଦ ଜାକିରୁଲ୍ଲା ହାସିମ କହିଛନ୍ତି ଯେ ଦେଶ ଚଳାଇବା ଲାଗି ମନ୍ତ୍ରୀ ହେବା ମହିଳାଙ୍କ କାମ ନୁହେଁ, ବରଂ ସନ୍ତାନ ଜନ୍ମ ଦେବା ହେଉଛି ମହିଳାଙ୍କ କାମ । ମନ୍ତ୍ରୀ ହେବା ମହିଳାଙ୍କ ବେକରେ କିଛି ବାନ୍ଧି ଦେବାଭଳି ହେବ । ମହିଳାଙ୍କ ଆନେ୍ଦାଳନ ସତ୍ୱେ ସେମାନଙ୍କୁ ସରକାରରେ ପ୍ରତିନିଧିତ୍ୱ ମିଳିବାର ସମ୍ଭାବନା ନାହିଁ । ତାଲିବାନ ସରକାର କ୍ଷମତାକୁ ଆସିବା ପରେ ମହିଳାମାନେ ସେମାନଙ୍କ ଅଧିକାରକୁ ନେଇ ଆଶଙ୍କିତ ଅଛନ୍ତି ।




admin 