କେରଳରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା
କେରଳରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା
ଥିରୁବନ୍ତପୁରମ୍: କେରଳରେ ବିଜେପି ନେତାଙ୍କ ଉପରେ ଆକ୍ରମଣ ଜାରି ରହିଛି। ପୁଣି ଜଣେ ବିଜେପି ନେତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହାକୁ ନେଇ ଆଲ୍ଲାପୁଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଭଚ୍ଚ
ରବିବାର ସକାଳେ ଆଲ୍ଲାପୁଜାଠାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମୃତ ବିଜେପି ନେତା ଜଣକ ରଞ୍ଜିତ ଶ୍ରୀନିବାସ। ସେ ବିଜେପି ଓବିସି ମୋର୍ଚ୍ଚାର ସଚିବ ଥିଲେ ବୋଲି ଜଣାପଡିଛି। କୁହାଯାଉଛି ଯେ ଆଜି ସକାଳେ କିଛି ଲୋକ ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ।
ଏହାପୂର୍ବରୁ ଶନିବାର ବିଳମ୍ବିତ ରାତିରେ ସୋଶାଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (ଝଊଚଓ) ନେତା କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା। ସେ ଗତକାଲି ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ ତାଙ୍କୁ ପଛପଟୁ ଏକ କାର୍ ଧକ୍କା ଦେଇଥିଲା। ଏହାପରେ କେ.ଏସ୍ ଶାନ ରାସ୍ତାରେ ପଡିଯାଇଥିଲେ। ପରେ କାର୍ ଭିତରୁ କିଛି ଲୋକେ ବାହାରି ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କୁ ହତ୍ୟା କରିବା ପରେ ଜିଲ୍ଲାପାଳ ଦୁଇ ଦିନ ପାଇଁ ଆଲ୍ଲାପୁଜାଠାରେ ୧୪୪ ଧାରା ଲଗାଇଛନ୍ତି । ସେପଟେ ଉଭୟ ନେତାଙ୍କ ହତ୍ୟାକୁ ନେଇ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିନ୍ଦା କରିଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ଏଭଳି ଘଟଣା ଘଟିବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




admin 