କୋଲକାତାରୁ ଫେରୁଥିଲେ, ବସ୍ରୁ ଧରାପଡ଼ିଲେ ଶର୍ମିଷ୍ଠା
କୋଲକାତାରୁ ଫେରୁଥିଲେ, ବସ୍ରୁ ଧରାପଡ଼ିଲେ ଶର୍ମିଷ୍ଠା
ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ‘ସମ୍ପୂର୍ଣ୍ଣ’ ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଶେଷରେ ଗିରଫ କରିବାରେ ସଫଳ ହୋଇଛି କ୍ରାଇମ୍ବ୍ରାଞ୍ଚ। ସାରା ଓଡ଼ିଶାୟରେ ଏହି ଘଟଣା ଚହଳ ପକାଇଥିବା ବେଳେ ଶର୍ମିଷ୍ଠା କୋଲାକାତାରେ ଲୁଚିଥିବା କୁହାଯାଉଛି। କୋଲକାତାରୁ ଫେରୁଥିବା ବେଳେ ବସ୍ରୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ। କୋଲକାତାରୁ ଫେରିବା ବେଳେ ନଳାଙ୍ଗ ନିକଟରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି। କୁହାଯାଉଛି ଯେ କୋଲାକାତା ଓ ଗୌହାଟୀରେ କିଛିଦିନ ରହିଥିଲେ। ଏପରିକି ପୁଲିସ ଜାଲରୁ ଖସିବା ପାଇ ରେଳ ଷ୍ଟେସନ୍ରେ ବି ଆଶ୍ରୟ ନେଇଥିବା କୁହାଯାଉଛି।
ଉଭୟଙ୍କୁ ଭଦ୍ରକ ଜିଲ୍ଳା ନଳାଙ୍ଗରୁ ତାଙ୍କୁ ଗିରଫ କରାଯାଇଥିବା ଭଦ୍ରକ ପୁଲିସ ସୂଚନା ଦେଇଛି। ଉଭୟଙ୍କୁ ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି ।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାଯାଇଛି । ଅନ୍ୟ ୫ ଅଭିଯୁକ୍ତଙ୍କ ସହ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ । ଏହି ଘଟଣାରେ ପୂର୍ବରୁ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଥିଲେ ।




admin 