କ୍ଷମା ପ୍ରାର୍ଥନା କଲେ ଜୁକର ବର୍ଗ
କ୍ଷମା ପ୍ରାର୍ଥନା କଲେ ଜୁକର ବର୍ଗ
ୱଶିଂଟନ: ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ହଠାତ୍ ସୋସିଆଲ ମିଡିଆ ବନ୍ଦ ହୋଇଗଲା । ଫେସବୁକ୍, ହ୍ୱାର୍ଟଆପ ଓ ଇନଷ୍ଟାଗ୍ରାମ ସବୁ କିଛି ବନ୍ଦ । ଏଥିରେ ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ୬ଘଣ୍ଟାର ଏହି ସମସ୍ୟା ଲାଗି ରହିଥିଲା। ଧୀରେଧୀରେ ସ୍ଥିତି ସ୍ୱାଭାବିକ ହୋଇଛି। ତେବେ ଏନେଇ ସୋସଆଲ ମିଡିଆ ପ୍ଲାଟଫର୍ମ ସିଇଓ ମାର୍କ ଜୁକରବର୍ଗ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଫେସବୁକ୍, ହ୍ୱାଟସ୍ ଆପ, ଇନଷ୍ଟାଗ୍ରାମ, ମେସେଞ୍ଜର ପୁଣି ଥରେ କାମ କରିବା ଆରମ୍ଭ କରି ଦେଇଛି । କିଛି ଘଣ୍ଟା ସର୍ଭର ଡାଉନ ପାଇଁ ସେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ମୁଁ ଜାଣିଛି ଆପଣମାନେ ଯାହା ସହ ଯୋଡି ହୋଇ ରହିବାକୁ ଚାହାନ୍ତି, ସେମାନଙ୍କୁ ଆମ ସର୍ଭିସ ଉପରେ କେତେ ଭରସା ଅଛି, ଏଥିପାଇଁ ସମସ୍ତ ୟୁଜରଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥନା କରୁଛି ବୋଲି ଜୁକର ବର୍ଗ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ସେପଟେ କାହିଁକି ଓ କେଉଁ କାରଣ ଯୋଗୁଁ ଏତେ ସମୟ ଧରି ସମସ୍ତ ସୋସିଆଲ ମିଡିଆ ସାଇଟ ଅକାମୀ ହୋଇଯାଇଥିଲା, ତାହାର ସଠିକ ସନ୍ଧାନ ଜଣାପଡିନାହିଁ । ତେବେ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସବୁକର ଶେୟାର ପ୍ରାୟ ୫%(୪.୯%) ହ୍ରାସ ପାଇଛି । ଏଥିପାଇଁ କମ୍ପାନିକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟକା ଲାଗିଛି ।




admin 