ଗଞ୍ଜାମ ଜିଲ୍ଲାରେ ଧର୍ମାନୁଷ୍ଠାନ କଟକଣା

ଗଞ୍ଜାମ ଜିଲ୍ଲାରେ ଧର୍ମାନୁଷ୍ଠାନ କଟକଣା

ଗଞ୍ଜାମ ଜିଲ୍ଲାରେ ଧର୍ମାନୁଷ୍ଠାନ କଟକଣା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଗଂଜାମ ଜିଲ୍ଲାରେ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଗଲା । ଏପ୍ରିଲ ୨୪ରୁ ମେ ୧୫ ଯାଏଁ ପ୍ରବେଶ କଟକଣା ଲଗାଇଲା ପ୍ରଶାସନ । ଯଥା ମନ୍ଦିର , ମସଜିଦ , ଚର୍ଚ୍ଚ ଓ ଗୁରୁଦ୍ୱାରଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ସୀମିତ ପୂଜକରେ କେଳ ପାରମ୍ପରିକ ରୀତିନୀତି ପାଇଁ ଅନୁମତି ଦିଆଯାଇଛି ।