ଗଭୀର ଖାତକୁ ଖସିଲା ଗାଡି, ଆଉ ତା’ପରେ..

ଗଭୀର ଖାତକୁ ଖସିଲା ଗାଡି, ଆଉ ତା’ପରେ..

ଗଭୀର ଖାତକୁ ଖସିଲା ଗାଡି, ଆଉ ତା’ପରେ..

ନୂଆଦିଲ୍ଲୀ:  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜାମ୍ମୁ କାଶ୍ମୀରର ବିଲବାଡାରେ ଧନୁ ପାରୋଲ ଗ୍ରାମରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କୁଗରୁ ଡାନୁ ପାରୋଲକୁ ଯାଉଥିବା ଗାଡି ସିଲାଠାରେ ଏକ ଗଡ଼ାଣିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ଖାତକୁ ଖସିଯିବା ପରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରଥମେ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ପରେ ପଞ୍ଚମ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।

ଆହତ ୧୫ ଜଣଙ୍କୁ ବିଲବାଡାର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ ବଣ୍ଟୁ, ହନ୍ସ ରାଜ, ଅଜିତ ସିଂ, ଆମ୍ରୋ ଏବଂ କାକୁ ରାମ ବୋଲି ଜଣାପଡିଛି। ବିଲବାଡା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।