ଗିନିଜ ବୁକ୍ ଅଫ ୱାର୍ଲର୍ଡ ରେକର୍ଡରେ କଟକ ଝିଅ ଦ୍ରିଷ୍ଟି

ଗିନିଜ ବୁକ୍ ଅଫ ୱାର୍ଲର୍ଡ ରେକର୍ଡରେ କଟକ ଝିଅ ଦ୍ରିଷ୍ଟି

ଗିନିଜ ବୁକ୍ ଅଫ ୱାର୍ଲର୍ଡ ରେକର୍ଡରେ କଟକ ଝିଅ ଦ୍ରିଷ୍ଟି
କଟକ - ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି କଟକର ଝିଅ ଦ୍ରିଷ୍ଟି ମହାପାତ୍ର । ମୁମ୍ବାଇରେ ରହୁଥିବା ଏହି ୧୧ ବର୍ଷର ଓଡ଼ିଆ ଝିଅ ଭାରତନାଟ୍ୟମରେ ସ୍ନାତକ ଡିଗ୍ରୀ ହାସଲ କରି ୨୦୧୭ ମସିହାରେ ଗିନିଜ ବୁକ୍ ଅପ ୱାର୍ଲର୍ଡ ରେକର୍ଡରେ ଅଂଶ ଗ୍ରହଣ କରିଥିଲେ । ସାରା ବିଶ୍ୱରୁ ୫ ହଜାର ନୃତ୍ୟ ଶିଳ୍ପୀ ମାନଙ୍କ ସହ ଟକ୍କର ଦେଇ ୨୦ ମିନିଟ ଗୋଟିଏ ତାଳରେ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରି ରେକର୍ଡର ଅଧିକାରୀ ହୋଇ ଲଣ୍ଡନରୁ ସାର୍ଟିଫିକେଟ ହାସଲ କରିଛନ୍ତି ସେ । ଏହା ସହ ‘ନାଚ ନଭି ମୁମ୍ବାଇ’ ଓ ବିଭିନ୍ନ ପ୍ରତିଯୋଗିତାରେ ନିଜର ନୃତ୍ୟ କଳା ପରିବେଷଣ କରି କୃତୀତ୍ୱ ହାସଲ କରିଛନ୍ତି । ପାଠପଢ଼ାରେ ଉନ୍ନତ ପ୍ରଦର୍ଶନ ସହିତ ଟାଇକୋଣ୍ଡାରେ ଗି୍ରନ ବେଲ୍ଟ ହାସଲ କରିଛନ୍ତି ଦି୍ରଷ୍ଟି । କଟକ ନେତାଜୀ ନଗରର ମୂଳ ବାସିନ୍ଦା ଲୋତକ ମହାପାତ୍ର ଓ ସାରିକା ମହାପାତ୍ରଙ୍କ ବଡ଼ ଝିଅ ଦି୍ରଷ୍ଟି ବମ୍ବେରେ ବଢ଼ି ଆସୁଛନ୍ତି । ବର୍ଷକୁ ଥରେ କିନ୍ତୁ କଟକ ଆସିଥାନ୍ତି । ସେ ଏବେ କଟକରେ ଥିବା ବେଳେ ଦୁଇ ଦିନ ତଳେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ବାର୍ଷିକ ଉତ୍ସବରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇଛନ୍ତି । ଦି୍ରଷ୍ଟି କହନ୍ତି ଯେ ସେ ୪ ବର୍ଷ ବୟସରୁ ଭାରତନାଟ୍ୟମ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ପଦ୍ମଶ୍ରୀ ମେରିକାମ ମୋହନ ପଲ ତାଙ୍କର ନୃତ୍ୟ ଗୁରୁ । ପ୍ରତ୍ୟେକ ଦିନ ଦୁଇ ରୁ ଅଢେ଼ଇ ଘଣ୍ଟା ନୃତ୍ୟ ଅଭ୍ୟାସ କରିବାକୁ ପଡ଼ିଥାଏ । ବମ୍ବେରେ ଓଡ଼ିଶୀ ଶିଖିବାର ସୁବିଧା ଭଲ ନଥିବାରୁ ସେ ଭାରତ ନାଟ୍ୟମ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ଜେଜେ ମା ହେଉଛନ୍ତି ତାଙ୍କର ପ୍ରେରଣା । ମା’ଓଡ଼ିଆ ଝିଅ ନ ହେଲେ ମଧ୍ୟ ସବୁ ପ୍ରକାରର ପ୍ରଥା ଓ ସଂସ୍କୃତି ବିଷୟରେ ଅବଗତ କରାଇଥାନ୍ତି । ବାପାଙ୍କ ବିଶ୍ୱାସ ସବୁବେଳେ ତାଙ୍କ ଉପରେ ରହି ଆସିଛି । ସାନ ଭଉଣୀ ମଧ୍ୟ ଭାରତ ନାଟ୍ୟମ ନୃତ୍ୟ ଶିଖୁଛି । କଟକ ଆସିଲେ ଦହିବରା, ପଖାଳ ଖାଇବାକୁ ବହୁତ ଭଲ ଲାଗେ । ନୃତ୍ୟ ଓ ପାଠପଢ଼ାକୁ ସମାନ ଗୁରୁତ୍ୱ ଦେଇ ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି ବୋଲି କହନ୍ତି ଦ୍ରିଷ୍ଟି ।