ଗିରଫ ହୋଇପାରନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍
ଗିରଫ ହୋଇପାରନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍
କରାଚି : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସେଠାକାର କେନ୍ଦ୍ରୟ ତଦନ୍ତକାରୀ ସଂସ୍ଥା ଗିରଫ କରିବାର ଆସଙ୍କା ସୃଷ୍ଟି ହୋଇଛି । ଇମ୍ରାନ ଖାନଙ୍କ ରାଜନୈତିକ ଦଳର ପାଣ୍ଠି ସଂଗ୍ରହ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଏଫଆଇଏ ଇମ୍ରାନଙ୍କୁ ଗତ ବୁଧ ଓ ଶୁକ୍ରବାର ସମନ ଜାରି କରିଥିଲା । ଇମ୍ରାନ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ଚର୍ଚ୍ଚା ହେଉଛି । ଅନେକ ବିଦେଶୀ କମ୍ପାନୀଙ୍କ ପାଖରୁ ଇମ୍ରାନଙ୍କ ଦଳ ପାଣ୍ଠି ସଂଗ୍ରହ କରିଥିବା ଅଭିଯୋଗ ହୋଇଛି ।




admin 