ଗୋଦାମରୁ ଲୁଟି ନେଲେ ୭ଲକ୍ଷ
ଗୋଦାମରୁ ଲୁଟି ନେଲେ ୭ଲକ୍ଷ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ ନମ୍ବର ଜାତୀୟ ରାଜପଥ ହସନପୁର ଟୋଲ ପ୍ଲାଜା ନିକଟ ରାସ୍ତା କଡରେ ଥିବା କବାଡ଼ି ଗୋଦାମରୁ ଆଜି ସକାଳ ସାଢେ ୭ଟା ସମୟରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ ରେ ଆସି ଗୋଦାମର ମାଲିକ ଶିବାନନ୍ଦ ସାହୁଙ୍କୁ ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ୭ଲକ୍ଷ ଟଙ୍କା ସହ ୩ଭରି ଓଜନର ସୁନାଚେନ ଓ ଦାମୀ ଘଣ୍ଟା ଏବଂ ଦୁଇଟି ମୋବାଇଲ ଲୁଟି ନେଇ ଘଟଣା ସ୍ଥଳରୁ ନିମିଷକେ ଚମ୍ପଟ ମାରିଛନ୍ତି ।
ସଙ୍ଗେ ସଙ୍ଗେ ଶିବାନ୍ଦନ ଏଥିନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିବାନନ୍ଦଙ୍କୁ ପଚରାଉଚରା କରିବା ସହ ପାଖ ଆଖ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି। ଟୋଲ ପ୍ଲାଜା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘସିପୁରା ଥାନାକୁ ଏଥିନେଇ ଅବଗତ କରିଛି।




admin 