ଘର ଭିତରୁ ମା’ ଓ ଝିଅଙ୍କ ଗଳିତ ଶବ ଉଦ୍ଧାର

ଘର ଭିତରୁ ମା’ ଓ ଝିଅଙ୍କ ଗଳିତ ଶବ ଉଦ୍ଧାର

ଘର ଭିତରୁ ମା’ ଓ ଝିଅଙ୍କ ଗଳିତ ଶବ ଉଦ୍ଧାର
ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର କିସିଣ୍ଟା ଗ୍ରାମରେ ଘଟିଛି ଅଘଟଣା । ଏକ ଘର ଭିତରୁ ମା’ ଓ ଝିଅଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ । ନାବାଳିକା ଝିଅର ବେକ ଫୁଲି ଯାଇଛି । ମା’ର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହା ସୁପରିକଳ୍ପିତ ହତ୍ୟା ବୋଲି ସନେ୍ଦହ ଦୃଢ଼ୀଭୂତ ହୋଇଛି । ଗ୍ରାମବାସୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସେପଟେ, ବରିଷ୍ଠ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । କିସିଣ୍ଡା ଗ୍ରାମର କିଶୋର ପଟେଲ ତାଙ୍କର ବଡ଼ ଝିଅ ରୋଜି ଏବଂ ଶାଶୂ ଶ୍ୱଶୁରଙ୍କ ସହ ଗତ ଶନିବାର ବାହାଘର ଭୋଜି ଉତ୍ସବରେ ଯୋଗ ଦେବାପାଇଁ କୁଚିଣ୍ଡା ଯାଇଥିଲେ । ଅପରାହ୍ନ ପ୍ରାୟ ସାଢେ଼ ୧ଟା ବେଳେ ବସରେ କିଶୋର ବଡ଼ ଝିଅ ଓ ଶାଶୁ ଶ୍ୱଶୁର ଗାଁରେ ପହଞ୍ଚିଥିଲେ । ଘରେ ପହଞ୍ଚି କିଶୋର କବାଟ ଖୋଲା ରହି୍ଥିବା ଦେଖିଥିଲେ । ଘର ଭିତରକୁ ପଶିଗଲା ବେଳକୁ ଘର ବାରଣ୍ଡାରେ ସାନ ଝିଅ ଉକ୍ରଳିକା (ରଶ୍ମୀ) (୧୫) ପତ୍ନୀ ସୁଜାତା (୪୦) ଖଟିଆରେ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।