ଚନ୍ଦ୍ରଯାନ-୨ ପ୍ରକ୍ଷେପଣ ଆଜି
ଚନ୍ଦ୍ରଯାନ-୨ ପ୍ରକ୍ଷେପଣ ଆଜି
admin
Jul 22, 2019 - 06:26
Updated: Jul 22, 2019 - 06:26
ନୂଆଦିଲ୍ଲୀ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଆଜି ଅପରାହ୍ନ ୨ଟା ୪୩ ମିନିଟରେ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ପ୍ରକ୍ଷେପଣ କରାଯିବ । ଏଥିପାଇଁ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁ କିଛି ଠିକଠାକ ରହିଛି ବୋଲି ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଜିଏସ୍ଏଲ୍ଭି ଏମ୍କେ-୩ ରକେଟ୍ରେ କେତେକ ବୈଷୟିକ ତ୍ରୁଟି ଯୋଗୁଁ ୧୫ ଜୁଲାଇରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ଅଟକାଇ ଦିଆଯାଇଥିଲା ରକେଟ୍ରେ ଥିବା ତ୍ରୁଟି ସୁଧାରିବା ପାଇଁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭାରତ ନିଜର ପ୍ରଥମ ଚନ୍ଦ୍ର ଅବତରଣ ମିସନ୍କୁ ସଫଳ କରିବା ପାଇଁ ଏବେ ସବୁ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ବେଳେ ଆଜି ଏହା ମହକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆନ୍ଧ୍ରପ୍ରଦେଶ, ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଭାରତର ଦ୍ବିତୀୟ ମାନବବିହୀନ ମିସନ୍ ‘ଚନ୍ଦ୍ରଯାନ-୨’ ଉତ୍କ୍ଷେପଣ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକ୍ଷେପଣ ଦେଖିବା ପାଇଁ ଆଜି ଶ୍ରୀହରିକୋଟାରେ ପହଞ୍ଚିଛନ୍ତି। ପ୍ରକ୍ଷେପଣର ୧୬ ମିନିଟ୍ ପରେ ଚନ୍ଦ୍ରଯାନ ୨ ତା’ର କକ୍ଷପଥରେ ସ୍ଥାପିତ ହେବ।