ଚର୍ମରୋଗ ପାଇଁ ରାମବାଣ, ଜାଣନ୍ତୁ କ’ଣ

ଚର୍ମରୋଗ ପାଇଁ ରାମବାଣ, ଜାଣନ୍ତୁ କ’ଣ

ଚର୍ମରୋଗ ପାଇଁ ରାମବାଣ, ଜାଣନ୍ତୁ କ’ଣ

ଭୁବନେଶ୍ୱର: ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ରୋଗ ଦେଖାଦେଇଥାଏ। ବିଶେଷଭାବରେ ଶୀତଦିନେ କେତେକ ରୋଗ ଦ୍ୱାରା ଆମେ ଆକ୍ରାନ୍ତ ହୋଇଥାଉ। କେବଳ ଛୋଟ ପିଲା ନୁହନ୍ତି, ଗର୍ଭବତୀ, ବୟସ୍କ ବ୍ୟକ୍ତିଙ୍କ ବ୍ୟତୀତ ଯୁବପିଢ଼ି ମଧ୍ୟ ଏହି ଶୀତଦିନିଆ ରୋଗର ଶିକାର ହୋଇଥାନ୍ତି। ସେହିଭଳି ଆମ ଭାରତରେ ଶୀତଋତୁର ଆଗମନ ହେଲେ ସାଧାରଣତଃ ପ୍ରାୟ ସମସ୍ତଙ୍କୁ ଥଣ୍ଡା, ଜ୍ୱର, କାଶ ସମେତ ବିଭିନ୍ନ ଚର୍ମଜନିତ ରୋଗ ଯଥା ଯାଦୁ, କାଛୁ, କୁଣ୍ଡିଆ, ଶୁଷ୍କ ଚର୍ମ, ପାଦ ଫାଟିବା, ଜିଭ ଧରିବା, ଓଠ ଫାଟିବା, ମୁହଁରେ ଦାଗ ସୃଷ୍ଟି ହେବା ଆଦି ବିଭିନ୍ନ ଶୀତଋତୁଜନିତ ଚର୍ମରୋଗ ଦେଖାଦେଇଥାଏ। ଏହାର ମୁଖ୍ୟ କାରଣ ହେଲା ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବା। ଶୀତଋତୁରେ ହେଉଥିବା ଚର୍ମ ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟାର ପ୍ରତିକାର ଓ ପ୍ରତିରୋଧ ନିମନ୍ତେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟାଇବା ପାଇଁ ଭିଟାମିନ-ସି ଏବଂ ଭିଟାମିନ-ଡି ବୃଦ୍ଧି କରାଇବା ସହିତ ରୋଗର ପ୍ରତିକାର ଓ ପ୍ରତିରୋଧ ପାଇଁ ସଜାଗ ନିହାତି ଜରୁରୀ ଅଟେ।

ପ୍ରତିକାର : ଶୀତଦିନେ ଅଳ୍ପ ଉଷୁମ ଥିବା ଜଳରେ ଗାଧୋଇବା ସହ କମ୍‌ କ୍ଷାରୀୟ ଯୁକ୍ତ ସାବୁନ, ଗ୍ଲିସେରିନ, ଭେସଲିନ, ତୈଳଯୁକ୍ତ ପଦାର୍ଥ ଚର୍ମରେ ଲଗାଇବା ଉଚିତ। ଶୀତଦିନେ ପ୍ରାକୃତିକ ଉପାୟ ଦ୍ୱାରା ଓଠକୁ ସତେଜ ଓ ନରମ ରଖିବା ପାଇଁ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି।

-ମହୁ ସହ ଚିନି ଓ ଆଲମଣ୍ଡ ତେଲକୁ ମିଶାଇ ଓଠରେ ମାଲିସ କଲେ ଓଠ ନରମ ହୋଇଥାଏ।
-ବିଟ୍‌କୁ ବାଟି ରସ ବାହାର କରି ଓଠରେ ମାଲିସ କଲେ ଓଠ ନରମ ଓ ସତେଜ ରହିଥାଏ।
-ଘିକୁଅଁାରୀ (ଆଲୋଭେରା) ରସରେ ମହୁ ମିଶାଇ ଓଠରେ ମାଲିସ କରିବା ଦ୍ୱାରା ଓଠ ନରମ, ସତେଜ ରହିଥାଏ।
-ନଡ଼ିଆରୁ ତେଲ ବାହାର କରି ଓଠରେ ମାଲିସ କଲେ ଓଠ ନରମ ଓ ସତେଜ ରହିବା ସହ ଆରାମ ଲାଗିଥାଏ। ଶୀତଋତୁରେ ଅଧିକ ପାଣି ପିଇବା ଉଚିତ, ଯଦ୍ଦ୍ବାରା ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ହୋଇପାରିବ।

-ବିଭିନ୍ନ ପ୍ରକାର ସବୁଜ ପନିପରିବା ଅଧିକ ଖାଇବା ଆବଶ୍ୟକ। କାଲିଫର୍ନିଆ ବିଶ୍ୱ ବିଦ୍ୟାଳୟ ଦ୍ୱାରା ତଥ୍ୟ ଅନୁସାରେ, ସ୍ବାସ୍ଥ୍ୟ ପାଇଁ ଗ୍ରୀନ୍‌ ମଟର ଅତି ଉପକାରୀ,ଏହାକୁ ପ୍ରତିଦିନ ଖାଦ୍ୟରେ ଖାଇବା ଉଚିତ। କାରଣ ଏଥିରେ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ଓ ତନ୍ତୁଜାତୀୟ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଭରି ରହିଛି। ଏଥିରେ ଭିଟାମିନ-କେ ପ୍ରଚୁର ପରିମାଣରେ ରହିଛି।

ତେଣୁ ଗ୍ରୀନ ମଟର ଅଧିକ ଖାଇବା ଦ୍ୱାରା ଶରୀରରେ ଉଚ୍ଚ ରକ୍ତ ଚାପକୁ ସନ୍ତୁଳିତ ରଖିବା ସହ ଶୀତଦିନେ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନକୁ ପୂରଣ କରିଥାଏ। ଗ୍ରୀନ ମଟରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଭିଟାମିନ-ଏ, ବି, ସି, ଡି, ଇ, କେ’ ର ଆବଶ୍ୟକତା ପୂରଣ ହେବା ସହ,ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତା’ ସହ ଚର୍ମ ରୋଗକୁ ପ୍ରତିରୋଧ କରାଇବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଅତ୍ୟଧିକ ଲୁଣ, ମିଠା ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଶରୀରରେ ହଜମ ପ୍ରକ୍ରିୟା ସୁଦୃଢ଼ ନିମନ୍ତେ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂରୀକରଣ ପାଇଁ ଉଷୁମ ଜଳ ସକାଳେ ଓ ରାତିରେ ଶୋଇବା ସମୟରେ ଅନ୍ତତଃ ଏକ ଗ୍ଲାସ ଲେଖାଏ ସେବନ କରିବା ଉଚିତ। ଅନ୍ୟ ଋତୁ ଅପକ୍ଷା ଶୀତଋତୁରେ ଦୈନନ୍ଦିନ ଜୀବନ ଶୈଳୀ, ନିଜର ସ୍ବାସ୍ଥ୍ୟ ଓ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ଧ୍ୟାନ ଦେବା ଜରୁରୀ ଅଟେ, ଯଦ୍ଦ୍ବାରା ଶୀତଦିନିଆ ଚର୍ମ ରୋଗକୁ ଆମେ ପ୍ରତିରୋଧ କରିପାରିବା।