ଚାଷୀଙ୍କ ସମୃଦ୍ଧି ସକାଶେ ପିଏମ-କିଷାନ ଯୋଜନା ଆରମ୍ଭ ହୋଇଛି :ମୋଦୀ
ଚାଷୀଙ୍କ ସମୃଦ୍ଧି ସକାଶେ ପିଏମ-କିଷାନ ଯୋଜନା ଆରମ୍ଭ ହୋଇଛି :ମୋଦୀ
admin
Feb 25, 2021 - 10:51
Updated: Feb 25, 2021 - 10:51
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଦୁଇ ବର୍ଷ ପୂରଣ ହେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ତାଙ୍କ ସରକାର ବିଭିନ୍ନ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟରେ ରେକର୍ଡ ମାତ୍ରାର ବୃଦ୍ଧି କରିଛନ୍ତି ଏବଂ ଛାଷୀମାନଙ୍କ ଆୟକୁ ଦୁଇ ଗୁଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ଗତ ସାତ ବର୍ଷ ଭିତରେ ସରକାର କୃଷି କ୍ଷେତ୍ରରେ ପରିବର୍ତନ ଆଣିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବାର ସେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦିନରାତି କଠିନ ପରିଶ୍ରମ କରି ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀମାନଙ୍କୁ ସମ୍ମାନର ସହ ଜୀବନ ବଂଚିବାକୁ ସୁଯୋଗ ଦେବା ଏବଂ ସେମାନଙ୍କର ସମୃଦ୍ଧି ସକାଶେ ସରକାର ଆଜିକୁ ଦୁଇ ବର୍ଷ ତଳେ ପିଏମ-କିଷାନ ଯୋଜନା ଆରମ୍ଭ କରିଥିଲେ । ଜଳସେଚନ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବା ଠାରୁ ଆରମ୍ଭ କରି ନୂଆ ଟେକ୍ନୋଲୋଜିର ପ୍ରୟୋଗ କରିବା ଯାଏଁ, ଅଧିକ ମାତ୍ରାରେ ଋଣ ଏବଂ ବଜାର ସୁବିଧା ଉପଲବ୍ଧ କରାଇବା ଠାରୁ ଆରମ୍ଭ କରି ବୀମା ସୁବିଧା ଉପଲବ୍ଧ କରିବା ଯାଏଁ, ମୃତିକାର ଗୁଣବତା ବଜାୟ ରଖିବା ଠାରୁ ଦଲାଲମାନଙ୍କର ଭୂମିକା ଶେଷ କରିବା ଯାଏଁ ସରକାର ଅନେକ ପ୍ରକାର ପଦକ୍ଷେପ ନେଉଛନ୍ତି । ସୂଚନାଯୋଗ୍ୟଯେ, ପିଏମ-କିଷାନ ଯୋଜନା ଅଧୀନରେ ସରକାରଙ୍କ ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଶ୍ରେଣୀର ଚାଷୀମାନଙ୍କୁ ବାର୍ଷିକ ତିନୋଟି କିସ୍ତିରେ ୬,୦୦୦ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।