ଚୀନ୍ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ : ପବଜୀ ସମେତ ୧୧୮ ଚାଇନିଜ ଆପ୍ ବ୍ୟାନ

ଚୀନ୍ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ : ପବଜୀ ସମେତ ୧୧୮ ଚାଇନିଜ ଆପ୍ ବ୍ୟାନ

ଚୀନ୍ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ : ପବଜୀ ସମେତ ୧୧୮ ଚାଇନିଜ ଆପ୍ ବ୍ୟାନ
ନୂଆଦିଲ୍ଲୀ : ପବଜି ପ୍ରେମୀଙ୍କ ପାଇଁ ଦୁଃସମ୍ବାଦ । ଭାରତ ସରକାର ଆଜି ଠାରୁ ପବଜି ଉପରେ ବ୍ୟାନ ଲଗାଇଛନ୍ତି । ଭାରତରେ ବ୍ୟାନ ହୋଇଛି ପବଜି ସମେତ ୧୧୮ଟି ଆପ୍ । ଚୀନ୍ ସହିତ ଅର୍ଥନୈତିକ ବିବାଦ କାରଣରୁ ଆଇଟି ମନ୍ତ୍ରାଳୟ ପକ୍ଷରୁ ପବଜି ସମେତ ୧୧୮ଟି ଆପକୁ ବ୍ୟାନ କରାଯାଇଛି । ଏହା ପୂର୍ବରୁ ଗଲୱାନ ସଂଘର୍ଷ ପରେ ଭାରତ ସରକାରଙ୍କ ପକ୍ଷରୁ ଟିକଟକ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ କରାଯାଇଥିଲା । ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଅଭିଯୋଗରେ ଏହି ଆପ ଗୁଡିକୁ ବ୍ୟାନ କରାଯାଇଛି ।