ଛତର ଯାତ୍ରାରେ ବଳିପ୍ରଥା ବନ୍ଦ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିଦେ୍ର୍ଧଶ
ଛତର ଯାତ୍ରାରେ ବଳିପ୍ରଥା ବନ୍ଦ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିଦେ୍ର୍ଧଶ
admin
Jan 10, 2020 - 05:43
Updated: Jan 10, 2020 - 05:43
କଟକ - କଳାହାଣ୍ଡି ଜିଲ୍ଲାରେ ପ୍ରତିବର୍ଷ ଦୁର୍ଗା ପୂଜା ସମୟରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ‘ଛତର ଯାତ୍ରା’ରେ ଏଥର ବନ୍ଦ ହେବ ପଶୁବଳି । ଏ ନେଇ ହାଇକୋର୍ଟ ନିଦେ୍ର୍ଧଶନାମା ଜାରି କରିଛନ୍ତି । ପଶୁବଳି ବନ୍ଦ କରିବା ଦିଗରେ କଳାହାଣ୍ଡି ଜିଲ୍ଲାପାଳ ଏବଂ ଏସ୍ପି କଠୋର ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ପଶୁପକ୍ଷୀଙ୍କର ବି ବଞ୍ଚିବାର ଅଧିକାର ରହିଛି ଓ ଉକ୍ତ ଅଧିକାରକୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ମତ ଦେଇ ହାଇକୋର୍ଟ ଆଇନ ଉଲ୍ଲଘଂନ କରି ବଳି ଦେଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି । ସମାଜସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି । ବାରମ୍ବାର କଟକଣା ସତ୍ତ୍ୱେ ଛତର ଯାତ୍ରାରେ ବ୍ୟାପକ ପଶୁବଳି ଦିଆଯାଉଥିବା ବେଳେ ହାଇକୋର୍ଟଙ୍କ ଏହି ନିଦେ୍ର୍ଧଶ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ‘ଛତର ଯାତ୍ରା’ରେ ପଶୁ ବଳି ବନ୍ଦ ନେଇ ହାଇକୋର୍ଟ ତାଙ୍କ ନିଦେ୍ର୍ଧଶନାମାରେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏହି ବଳି ପ୍ରଥା ବିରୋଧରେ ସ୍ଥାନୀୟ ଲୋକଙ୍କୁ ବିଶେଷ କରି ଆଦିବାସୀ ଲୋକଙ୍କୁ ସଚେତନ କରିବେ । ଲୋକମାନଙ୍କୁ ବୁଝାଇବା ଦରକାର ଯେ, ବଳି ଏକ ଅନ୍ଧ ବିଶ୍ୱାସ ଓ ଏହି ପ୍ରଥା ଦ୍ୱାରା କେବେ ବି ଭଗବାନ ଖୁସି ହୁଅନ୍ତି ନାହିଁ ।