ଜନମତକୁ ସ୍ବୀକାର କରୁଛୁ: ରାହୁଲ ଗାନ୍ଧୀ
ଜନମତକୁ ସ୍ବୀକାର କରୁଛୁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଂଜାବ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ଆମେ ଜନମତକୁ ସ୍ୱୀକାର କରୁଛୁ । ଯେଉଁମାନେ ଲୋକଙ୍କ ସମର୍ଥନ ହାସଲ କରିଛନ୍ତି, ସେମାନଙ୍କୁ ଶୁଭକାମନ । ମୁଁ ସମସ୍ତ କଂଗ୍ରେସ କାର୍ୟ୍ୟକର୍ତ୍ତା ଏବଂ ସ୍ୱେଚ୍ଛାସେବୀମାନଙ୍କ କଠୋର ପରିଶ୍ରମ ଏବଂ ସମର୍ପଣ ଭାବ ପାଇଁ ଧନ୍ୟବାଦ ଦେଉଛି । ଏହି ନିର୍ବାଚନରେ ଆମେ ଶିକ୍ଷା ହାସଲ କରିବୁ ଏବଂ ଭାରତର ଲୋକଙ୍କ ସ୍ୱାର୍ଥ ପାଇଁ କାମ ଜାରି ରଖିବୁ ।’
ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ଏକ ଟ୍ୱିଟ୍ କରି କୁହାଯାଇଛି, ଗଣତନ୍ତ୍ରରେ ଲୋକଙ୍କ ବିବେକ ଏବଂ ଆଦେଶ ସର୍ବୋପରେ । ଆମେ ଜନାଦେଶକୁ ସମ୍ମାନ କରୁଛୁ । ଦରଦାମ୍ ବୃଦ୍ଧି, ବେକାରୀ, ସରକାରୀ ସମ୍ପତ୍ତିର ନିଲାମ, ମହିଳା ଏବଂ ଦଳିତଙ୍କ ଉପରେ ଅତ୍ୟାଚାର ଆଦି ପ୍ରସଙ୍ଗରେ କଂଗ୍ରେସ୍ ଲଢେଇ ଜାରି ରଖିବ ବୋଲି କୁହାଯାଇଛି । କଂଗ୍ରେସ ଏଥ ର ପଂଜାବରେ ମାତ୍ର ୧୮ଆସନ ଭିତରେ ସୀମିତ ରହିଥିବା ବେଳେ ଗୋଆରେ ୧୧ଆସନ ଜିତିଛି । ପଂଜାବରେ କଂଗ୍ରେସର ସବୁ ପ୍ରୟୋଗ ବିଫଳ ହେବା ଦଳ ପାଇଁ ବହୁତ ବଡ ଝଟକା ସାବ୍ୟସ୍ତ ହୋଇଛି ।




admin 