ଜମ୍ମୁ କାଶ୍ମୀରରୁ ଦୁଇ ଆତଙ୍କବାଦୀ ଗିରଫ

ଜମ୍ମୁ କାଶ୍ମୀରରୁ ଦୁଇ ଆତଙ୍କବାଦୀ ଗିରଫ

ଜମ୍ମୁ କାଶ୍ମୀରରୁ ଦୁଇ ଆତଙ୍କବାଦୀ ଗିରଫ
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଆଜି ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଦୁଇ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଧିନ ଏବଂ ଅଲ ବଦ୍ରା ଆତଙ୍କୀ ସଙ୍ଗଠନର ବୋଲି ଜଣାପଡିଛି । ହିଜବୁଲ ଆତଙ୍କୀକୁ ଅବନ୍ତୀପୁରାରୁ ଗିରଫ କରାଯାଇଥିବା ବେଳେ ଅଲ ବଦ୍ରାର ଆତଙ୍କୀକୁ ଖ୍ରିଉରୁ ଗିରଫ କରାଯାଇଛି । ଆଜି ସକାଳୁ ଏନଆଇଏ ୯ ଜଣ ଆଲକାଏଦା ଆତଙ୍କବାଦୀଙ୍କୁ ଗିରଫ କରିଥିବା ବେଳେ ଏହି ଦୁଇ ଗିରଫ ସୁରକ୍ଷା ବଳଙ୍କ ପାଇଁ ବଡ ସଫଳତା । ଦୁଇ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ୭୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଏହା ସହିତ ଚଳିତ ବର୍ଷ ୧୭୪ ଜଣ ଆତଙ୍କୀଙ୍କୁ ଗିରଫ ମଧ୍ୟ କରାଯାଇଛି ।