ଜାଣନ୍ତୁ ମହୁର ଉପକାରିତା
ଜାଣନ୍ତୁ ମହୁର ଉପକାରିତା
admin
Oct 15, 2020 - 12:06
Updated: Oct 15, 2020 - 12:06
ଶୁଦ୍ଧ ମହୁ ନିୟମିତ ୧ ଚାମଚ ଖାଇଲେ ଭରପୁର ପୋଷକତତ୍ତ୍ୱ ମିଳିଥାଏ । କେଶ ଓ ତ୍ୱଚାର ଯତ୍ନରେ ମହୁର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସୌନ୍ଦର୍ୟ୍ୟ ବିଶେଷଜ୍ଞ ଶେହନାଜ ହୁସୈନଙ୍କ ମତରେ ମହୁ ତ୍ୱଚା ପାଇଁ ପ୍ରାକୃତିକ ମଏଶ୍ଚରାଇଜର ପରି କାମ କରେ ।
ଚିନି ପରିବର୍ତ୍ତେ ଖାଦ୍ୟରେ ମହୁର ବ୍ୟବହାର କରନ୍ତୁ । ଏହା ଆମ ରକ୍ତ ପରିଷ୍କାର କରିବାରେ ସହାୟକ ହୋଇଥାଏ । ବ୍ରଣ ସମସ୍ୟା ହେଉଥିଲେ ଦୈନିକ ଉଷୁମ ପାଣିରେ ମହୁ ବିଶାଇ ପିଇଲେ ଲାଭ ମିଳେ ।
ତ୍ୱଚାରେ ଦାଗ ହୋଇଥିଲେ ୧ ଚାମଚ ମହୁରେ ଚିମୁଟାଏ ହଳଦୀ ମିଶାଇ ସେହି ସ୍ଥାନରେ ଲଗାଇ ୨୦ ମିନିଟ ପରେ ଧୋଇ ନେବେ । ଦାଗ ଦୂର କରିବା ନିମନ୍ତେ ଏହା ଏକ ଉତ୍ତମ ପ୍ୟାକ ।
ପାଚିଲା କଦଳୀକୁ ଭଲରେ ଚକଟି ସେଥିରେ ୧ ଚାମଚ ମହୁ ମିଶାଇ ମୁହଁ, ହାତରେ ଲଗାଇଲେ ୩୦ ମିନିଟ ପରେ ସ୍ନାନ କରନ୍ତୁ । ଶୀତଦିନେ ଏହି ପ୍ୟାକ ଲଗାଇଲେ ତାହା ମଏଶ୍ଚରାଇଜର ଭଳି କାମ କରେ ।
କେଶ ଶୁଷ୍କ ହୋଇ ରୁପି ହେଉଥିଲେ ଅଁଳା ଗୁଣ୍ଡରେ ମହୁ ମିଶାଇ କେଶରେ ଲଗାଇ ୧୫ ମିନିଟ ପରେ ଶାମ୍ପୁ କରିନେବେ । ସପ୍ତାହକୁ ଥରୁଟିଏ ଏହି ପ୍ୟାକ ଲଗାଇଲେ ରୁପି ଦୂର ହୋଇଯାଏ ।
ସନ ବର୍ଣ୍ଣ ହୋଇଥିଲେ ମହୁରେ ଘି-କୁଆଁରୀ ରସ ମିଶାଇ ଲଗାଇଲେ ଲାଭ ମିଳେ ।