ଜିଲ୍ଲା ଅଧିକାରୀଙ୍କ ଘରୁ ୧.୧ କୋଟି ଟଙ୍କା ଜବତ

ଜିଲ୍ଲା ଅଧିକାରୀଙ୍କ ଘରୁ ୧.୧ କୋଟି ଟଙ୍କା ଜବତ

ଜିଲ୍ଲା ଅଧିକାରୀଙ୍କ ଘରୁ ୧.୧ କୋଟି ଟଙ୍କା ଜବତ
ତେଲେଙ୍ଗାନା : ତେଲେଙ୍ଗାନାର ଜନୈକ ଜିଲ୍ଲା ଅଧିକାରୀଙ୍କ ଘର ଉପରେ ଚଢାଉ କରାଯାଇ ୧.୧ କୋଟିର ନଗଦ ଅର୍ଥ ଜବତ କରାଯାଇଛି । ତେଲେଙ୍ଗାନା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ଅର୍ଥରାଶି ଜବତ କରାଯାଇଛି । ତେଲେଙ୍ଗାନା ଅନ୍ତର୍ଗତ ମେଡଚଲ ମଲକଜଗିରି ମୁଖ୍ୟ ଅର୍ଥନୈତିକ ଅଫିସର ଏରଭା ବାଲାରାଜୁ ନାଗରାଜୁଙ୍କ ଘରୁ ଏହି ଅର୍ଥରାଶି ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି । କିସାରା ଅଞ୍ଚଳ ଦାୟିତ୍ୱରେ ରହିଥିବା ନାଗରାଜୁଙ୍କ ଭଡାଘର ଉପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦୦ ଏବଂ ୫୦୦ ଟଙ୍କିଆ ମୂଲ୍ୟର ୧.୧ କୋଟି ଟଙ୍କା ଜବତ କରାଯାଇଛି । ଏସିବି ପ୪ରୁ ତିନୋଟି ଟଙ୍କା ଭର୍ତ୍ତି ବ୍ୟାଗ ଜବତ କରାଯାଇଥିଲା ।