ଟିକା ନେବାକୁ ମୋତେ କେହି ବାଧ୍ୟ କରିପାରିବେ ନାହିଁ: ବ୍ରାଜିଲ ରାଷ୍ଟ୍ରପତି

ଟିକା ନେବାକୁ ମୋତେ କେହି ବାଧ୍ୟ କରିପାରିବେ ନାହିଁ: ବ୍ରାଜିଲ ରାଷ୍ଟ୍ରପତି

ଟିକା ନେବାକୁ ମୋତେ କେହି ବାଧ୍ୟ କରିପାରିବେ ନାହିଁ: ବ୍ରାଜିଲ ରାଷ୍ଟ୍ରପତି
ବାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋ କହିଛନ୍ତି ଯେ ସେ କୌଣସି କୋଭିଡ ଟିକା କଦାପି ଗ୍ରହଣ କରିବେ ନାହିଁ ଏବଂ ଏଭଳି ଟିକା ନେବା ପାଇଁ ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ । କୋଭିଡ ଟିକା ନ ନେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଏହା ତାଙ୍କ ଅଧିକାର ଭୁକ୍ତ ବୋଲି ସେ କହିଛନ୍ତି । ସୋସିଆଲ ମିଡିଆରେ ଏକ ସିଧା ପ୍ରସାରଣ ବାର୍ତ୍ତାରେ ବୋଲସୋନାରୋ କହିଛନ୍ତି ଯେ ବ୍ରାଜିଲ ନାଗରିକମାନଙ୍କୁ ମଧ୍ୟ ଟିକା ନେବାକୁ ସରକାର ବାଧ୍ୟ କରିବେ ନାହିଁ । ବ୍ରାଜିଲ କରୋନା ମୃତୁ୍ୟରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ବୋଲସୋନାରୋ ମଧ୍ୟ ଜୁଲାଇରେ କରୋନା ଆକ୍ରାନ୍ତ ହୋଇଥିଲେ ।